ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ଶିବିର 

 ବାଲିଅନ୍ତା: ବାଳକାଟିସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ଆନୁକୂଲ୍ୟରେ ୧୦ ଦିନ ଧରି ଚାଲିଥିବା ଛାତ୍ରୀଙ୍କର ଆତ୍ମରକ୍ଷା କୌଶଳ ଶିବିର ଉଦ୍ୟାପିତ ହୋଇଯାଇଛି । ଗତ ଫେବୃଆରୀ ୨୦ ତାରିଖରୁ ଚାଲିଥିବା ଏହି ଶିବିରକୁ କଲେଜ ଅଧ୍ୟକ୍ଷ ଡ. କାଳନ୍ଦୀ ଚରଣ ସାହୁ ଉଦ୍ଘାଟନ କରିଥିଲେ । ପ୍ରଥମ ବର୍ଷର ୫୩ ଜଣ ଛାତ୍ରୀ ଏହି ଶିବିରରେ ଯୋଗଦେଇ ଆତ୍ମରକ୍ଷା ପାଇଁ ବିଭିନ୍ନ ପ୍ରକାର କୌଶଳ ଶିକ୍ଷା ନେଇଥିଲେ । ଜାତୀୟସ୍ତରରେ ନାମ କରିଥିବା ଜଣାଶୁଣା କରାଟେ କୋଚ୍ ଉମାକାନ୍ତ ବେହେରାଙ୍କ ତତ୍ୱାବଧାନରେ ଶିବିରଟି ଆୟୋଜିତ ହୋଇଥିଲା । ଜାତୀୟ ପ୍ରସିଦ୍ଧି ଲାଭ କରିଥିବା କରାଟେ ଖେଳିଳି ରେଶମ ଦାସ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳର ସମସ୍ତ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କଲେଜର ଆତ୍ମରକ୍ଷା ସଂଯୋଜିକା ଅଧ୍ୟାପିକା ରଞ୍ଜିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ର ସଂସଦ ଉପଦେଷ୍ଟା ହେମନ୍ତ ଦାଶ ଦଶଦିନର ଶିବିରକୁ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ ।