ଆରମ୍ଭ ହେଲା ଆଦର୍ଶ ସ୍କୁଲକୁ ରାସ୍ତା କାମ

 ରାଜକନିକା : ଦୀର୍ଘ ଦିନ ହେବ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଜକନିକା ରାସ୍ତାକୁ ନେଇ ସମସ୍ୟା ଥିବା ବେଳେ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ କିଛି ଦୀନ ପୂର୍ବେ କନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏବଂ ସ୍ଥାନୀୟ ତହସିଲଦାର ୧୫ଦିନ ଭିତରେ ରାସ୍ତା କାମକୁ ତ୍ୱରାନ୍ୱିତ ହେବ ବୋଲି ଲିଖିତ ପ୍ରତିଶ୍ରୁତି ପାଇବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣରୁ ପ୍ରତ୍ୟାହୃତ କରିଥିଲେ । କନିକା ତହସିଲଦାର ଭାନୁମତୀ ମାଝୀ ଓ ରାଜକନିକା ଥାନାଧିକାରୀ ସଞ୍ଜୟ ମଲ୍ଲିକ, ଗ୍ରାମ୍ୟ ଉନୟନ ଯନ୍ତ୍ରୀ ଜୋତ୍ରୀମୟୀ ଦଳାଇଙ୍କ ସହାୟତରେ ରାସ୍ତା କାମ ପୁନର୍ବାର ହେଉଥିବା ବେଳେ, ବାଘବୁଦା ଗାଁର ଜଣେ ବ୍ୟକ୍ତିର ଜମି ଉପରେ ରାସ୍ତା କାମ ହେଉଥିବା କହି ଦୀର୍ଘ ଦୀନ ହେବ ରାସ୍ତା କାମକୁ ବିରୋଧ କରିବା ସହିତ କୋଟଙ୍କ ସ୍ଥଗିତାଦେଶ ଜାରୀଥିବା ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି । କିନ୍ତୁ ବଡତଇଳା ମୌଜାର ଖାତା ନମ୍ବର-୨୫୨ରେ ପ୍ଲଟ ନଂ-୮୪୪ ହେଉଛି ସମ୍ପୂର୍ଣ୍ଣ ସରକାରୀ ଜମି ସେହି ଜମି ଉପରେ ରାସ୍ତା ହେଉଛି ଏହା ସହିତ କୋର୍ଟଙ୍କ ନିଦେ୍ର୍ଦଶ ଏ ରାସ୍ତା କାମକୁ କେହି ରୋକି ପାରିବେ ନାହିଁ  । ସେ ବ୍ୟକ୍ତି ମିଛରେ ରାସ୍ତା କାମକୁ ବନ୍ଦ କରୁଥିବରୁ କୋର୍ଟଙ୍କ ନିଦେ୍ର୍ଦଶ କର୍ମେ ରାଜକନିକା ପୁଲିସ ଫୋର୍ସ ଉପସ୍ଥିତରେ ପୁନର୍ବାର ରାସ୍ତା କାମ ଆରମ୍ଭ ହେଉଥିବା କନିକା ତହସିଲଦାର ଭାନୁମତୀ ମାଝୀ କହିଛନ୍ତି । କନିକା ତହସିଲଦାରଙ୍କ ଉପସ୍ଥିତରେ ଠିକାଦାର ରାସ୍ତା କାମ ଆରମ୍ଭ କରିଥିବା ସୂଚନା ମିଳିଛି ।