ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

 ରଗଡ଼ି : ସୋମବାର କୋରେଇ ବ୍ଲକ ଅନ୍ଧାରୀ ପଞ୍ଚାୟତ ରଗଡି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ଆଚାର୍ଯ୍ୟ (୬୫)ଙ୍କ  ହୃଦଘାତରେ ପରଲୋକ ଘଟିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କଟକ ନେବା ବାଟରେ ପରଲୋକ ଘଟିଥିଲା । ତାଙ୍କ ପରଲୋକରେ  ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର କୁମାର ରାଉତରାୟ, ଶିକ୍ଷକ ନେତା ବିଜୟ କୁମାର ନାୟକ, ଶିକ୍ଷକ ବସନ୍ତ କୁମାର ବିଶ୍ୱାଳ, ଅଭୟ କୁମାର ସାହୁ, ଗଣେଶ୍ୱର ରାଉତ, ମନୋଜ କୁମାର ଚକ୍ର, ଶରଣ ରାଉତ, ଶିକ୍ଷାବିତ ବସନ୍ତ କୁମାର କରଙ୍କ ସମେତ ବହୁ ଶିକ୍ଷକ ତାଙ୍କ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ଆଚାର୍ଯ୍ୟ କୋରେଇ ବ୍ଲକର ବିଭିନ୍ନ ସ୍କୁଲରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ସେ ଜଣେ  ଦକ୍ଷ ଶିକ୍ଷକ ଭାବେ ପରିଚିତ ଥିଲେ । ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁତୁରା ସତ୍ୟଜିତ ମୁଖାଗ୍ନି ଦେଇଥିଲେ ।