ଜରାଜୀର୍ଣ୍ଣ ଅବସ୍ଥାରେ ଅଭିମନୁ୍ୟ ସାମନ୍ତ ସିଂହାର ଭବନ ଫାଟିଗଲାଣି କାନ୍ଥ ଓ ଖୁଣ୍ଟ; ଲଟା ତଳ ପାଲଟିଛି ସରୀସୃପଙ୍କ ବାସସ୍ଥଳୀ
ାା ପ୍ରଭାନୁ୍ୟଜ ।ା କୁଆଖିଆ,:ରସୁଲପୁର ବ୍ଲକ କୁଆଖିଆ ବିଜୁ ଗ୍ରାମୀଣ ବଜାର ନିକଟରେ ଥିବା ଅଭିମନୁ୍ୟ ସାମନ୍ତସିଂହାର ଭବନ ବିପଦ ସଙ୍କୁଳ ଅବସ୍ଥାରେ ପଡି ରହିଛି । ୨୦୦୩ ମସିହାରେ ନିର୍ମାଣ ହୋଇଥିବା ଏହି ଭବନଟି କବି ଅଭିମନୁ୍ୟ ସାମନ୍ତସିଂହାରଙ୍କ ନାମରେ ନାମିତ ହୋଇଥିବା ବେଳେ ଏଠାରେ ସଭାସମିତି, ବିବାହ ଉସôବ ଓ ସାଂଗଠନିକ ଆଲୋଚନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହୋଇଥାଏ । ହେଲେ ବିଡ଼ମ୍ବନାର କଥା ଭବନଟି ବିଭିନ୍ନ ସାମାଜିକ ଅନୁଷ୍ଠାନ ପାଇଁ ଉପଯୁକ୍ତ କ୍ଷେତ୍ର ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଅଭାବରୁ ଶ୍ରୀହୀନ ହେଇପଡିଛି । ଭବନ ନିର୍ମାଣ ସମୟରେ ଲାଗିଥିବା ନିମ୍ନ ମାନର ରଙ୍ଗ ଛାଡିଯିବା ପରେ କାନ୍ଥ ଓ ତାଜାରୁ ସିମେଣ୍ଟ, କଂକ୍ରିଟ୍ ଝଡି ପଡିବା ସହିତ ଖୁଣ୍ଟଗୁଡିକ ଫାଟି ଆଁ କଲାଣି । ଯାହା କୌଣସି ମୁହୂର୍ତ୍ତରେ ଖୁଣ୍ଟ ଗୁଡିକ ଭାଙ୍ଗି ଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଭବନ ଉପରେ ଅନାବନା ଲଟା ଗୁଳ୍ମ ମାଡିବା ସାଙ୍ଗକୁ ପରିସରରେ ହେଇଥିବା ଘଂଚ ତଣ୍ଡି ଘାସ ବଣ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି । ଯାହା ଏକ ଅଜଣା ଭୟ ସୃଷ୍ଟି କରୁଛି । ଯାହାଫଳରେ ଉକ୍ତ ଭବନରେ କୌଣସି ଉସôବ, କିମ୍ବା ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଲୋକମାନେ ନାପସନ୍ଦ କରୁଥିବା ଜଣାପଡିଛି । ଏଥିସହିତ ପ୍ରଶାସନର ଦୁରଦୃଷ୍ଟି ଅଭାବରୁ ପରିସରଟି ଉଚ୍ଚା ନରହି ଆଣ୍ଠୁଏ ଖାଲ ରହିଛି । ଯୋଉଥି ପାଇଁ ବର୍ଷା ଦିନେ ଜମୁଥିବା ପାଣି ନିଷ୍କାସନ ପାଇଁ କୌଣସି ବାଟ ନଥିବା ଯୋଗୁଁ ପାଣି ଜମି ଏକ କ୍ଷୁଦ୍ର ପୋଖରୀର ଭ୍ରମ ସୃଷ୍ଟି କରୁଛି । ଭବନଟି ଅପରିଷ୍କାର,ଅଯନô ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଯୋଉଥି ପାଇଁ ଲୋକମାନେ ଭବନରେ କୌଣସି କାର୍ଯ୍ୟକ୍ରମ ନକରି ନିକଟସ୍ଥ ବିଭିନ୍ନ ଘରୋଇ ମଣ୍ଡପ ପ୍ରତି ଆଗ୍ରହୀ ହେଉଥିବା ଦେଖାଯାଉଛି । ଶୁଣାଯାଏ ଏହାର ବିଭିନ୍ନ କାର୍ଯ୍ୟର ମରାମତି ପାଇଁ ଉନ୍ନୟନ ବିଭାଗ କିଛି ଦିନ ହେବ ଭବନର ମୁଖଶାଳା ଏବଂ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକଙ୍କ ମତ ଅନୁଯାୟୀ ଏହି ନିର୍ମାଣ କାର୍ଯ୍ୟ ପାଇଁ କାଳେ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି ଏବଂ ଏହି ଅର୍ଥ ଭଙ୍ଗା ଭବନର ମରାମତି ପରିବର୍ତ୍ତେ ମୁଖଶାଳା ଓ ପାଚେରୀ ନିର୍ମାଣ ବିଭାଗୀୟ ମୁନାଫା ବୋଲି ମତ ପ୍ରକାଶ ପାଉଛି । ତେବେ ବ୍ଲକର ଏକମାତ୍ର ଏହି ଐତିହ୍ୟ ସମ୍ପର୍ଣ୍ଣ ଭବନଟିର ସୁରକ୍ଷା ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ପ୍ରଶାସନ ଯନôବାନ ଏବଂ ଦାୟିତ୍ୱ ସମ୍ପୂର୍ଣ୍ଣ ହେବା ଉଚିତ୍ ବୋଲି ବ୍ଲକ ତଥା ବଜାର ଅଞ୍ଚଳର ବୁଦ୍ଧିଜୀବୀ, ବ୍ୟବସାୟୀ, ଶିକ୍ଷାବିତ୍ ଏବଂ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଦାବି କରିଛନ୍ତି ।