ପୌର ପରିଷଦ ପକ୍ଷରୁ  ଶିଶୁ ମନ୍ଦିରକୁ ଦୋଳି ପ୍ରଦାନ


ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ପୌର କାର୍ଯ୍ୟାଳୟ ପକ୍ଷରୁ ଆନନ୍ଦପୁର ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ଶକ୍ତି ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଦୋଳି ପ୍ରଦାନ କରାଯାଇଛି । ଏଗୁଡିକ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯିବା ପରେ ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ପତିଙ୍କ ସଂଯୋଜନାରେ ପୌରାଧ୍ୟକ୍ଷା ରାଜନୀରାଣୀ ଖଟୁଆ ଅତିଥି ଭାବେ ଯୋଗ ଦେଇ ପ୍ରଦାନ କରିଥିଲେ । ଉପନଗରପାଳ ଦୁର୍ଗା ଚରଣ ଦଳେଇ,୩ ନମ୍ବର ୱାର୍ଡ କାଉନସିଲର ରଶ୍ମିତା ବାରି, ବରିଷ୍ଠ ରାଜନେତା ଦେବ ରଞ୍ଜନ ସାହୁ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଏବଂ ଗୁରୁମା ଉପସ୍ଥିତ ରହିଥିଲେ ।