ଅଭିଭାବକଙ୍କ ନିମନ୍ତେ ସ୍ୱତନ୍ତ୍ର ବୈଠକ
ନୂଆପଡା: ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓସେପା ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦଶିକା ଭୁବନେଶ୍ୱରଙ୍କ ନିଦେ୍ର୍ଦଶାନୁସାରେ ଛାତ୍ରଛାତ୍ରୀ ମାନଙ୍କର ଆପାର୍ ପରିଚୟ ସୃଷ୍ଟି କରିବା ପାଇଁ ସମସ୍ତ ପିତା ମାତା ତଥା ଅଭିଭାବକ ମାନଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଏବଂ ସମ୍ମତି ପତ୍ର ସ୍ୱାକ୍ଷର କରିବା ପାଇଁ ଏକ ସ୍ୱତନ୍ତ୍ର ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସମ୍ରାଟ ପାତ୍ର ଯୋଗ ଦେଇଥିଲେ । ବିଦ୍ୟାଳୟର ଅତିଥି ଶିକ୍ଷକ ଗୌରୀ ଶଙ୍କର ଦୁବେ ,ଅଶୋକ କୁମାର ବେହେରା , ଗୌରାଙ୍ଗ କୁମାର ସାହୁ ଉପସ୍ଥିତ ଶିକ୍ଷାର୍ଥୀ ମାନଙ୍କ ପିତା ମାତା ତଥା ଅଭିଭାବକ ମାନଙ୍କୁ ଆପର୍ ପରିଚୟ ସୃଷ୍ଟି କରିବା ନିମନ୍ତେ ବକ୍ତବ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । ବିଜ୍ଞାନ ଶିକ୍ଷକ ପ୍ରଭୁଦତ୍ତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିବା ବେଳ ଶିକ୍ଷୟିତ୍ରୀ ନୀଳିମାରାଣୀ ସାଗର , ରାଜଶ୍ରୀ ଦଣ୍ଡସେନା , ଧନଞ୍ଜୟ ମଲ୍ଲିକ , ନିରଞ୍ଜନ ବିଶ୍ୱାଳ , ହେମସାଗର ଶବର, ସରସ୍ୱତୀ ରାଉତ , ଦୀପକ ଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
