ଛାତ୍ରୀବାସର ବାର୍ଷିକୋତ୍ସବ

 ନୂଆପଡ଼ା: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦନ୍ତୀ ଛାତ୍ରୀବାସର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡାଙ୍କ ସଭାପତିତ୍ୱ କରିଥିଲେ  । ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଡ. ଅଞ୍ଜଳି ପାଢ଼ୀ, ମୁଖ୍ୟବକ୍ତା ସିଡିପିଓ ମୀନା କୁମାରୀ ଅଗ୍ରୱାଲ, ସମ୍ମାନିତ ଅତିଥିଭାବେ ବିଶ୍ୱଜିତ ପାଢ଼ୀ,  ଯୁକ୍ତ ଦୁଇ ଅଧ୍ୟକ୍ଷ ଡ. ରଣବୀର ସିଂ, ଛାତ୍ର କଲ୍ୟାଣ ଓ ବିକାଶ ବିଭାଗ ଅଧିକାରୀ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇ ଛାତ୍ରୀମାନଙ୍କ ଆବଶ୍ୟକ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଅଧ୍ୟାପିକା ସନ୍ତୋଷୀ ଶର୍ମା ମଞ୍ଚ ପରିଚାଳନା କରିଥିବାବେଳେ ତତ୍ତ୍ୱାବଧାରିକା ଡ. କାଜଲ ମେହେର ସହ ତତ୍ତ୍ୱାବଧାରିକା ରିତୁ ବାଗ ପ୍ରମୁଖ ଉପସ୍ଥିତ ରହି ଅନେକ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଛାତ୍ରୀଙ୍କୁ ଅବଗତ କରାଇଥିଲେ । କମିଟି ସଭାପତି ଛାତ୍ରୀବାସର ଅନ୍ତେବାସୀମାନଙ୍କ ଅସୁବିଧା ଗୁଡିକୁ ପୁରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା  । ଏଥିରେ ଅଧ୍ୟାପିକା ରିତୁ ବାଗ ଧନ୍ୟବାଦ ଅର୍ପଣ କରିଥିଲେ  । କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ଡ. ହରେନ୍ଦ୍ର ପଣ୍ଡା, ପ୍ରମୋଦ ସାହୁ, ସୁନିଲ ପାଢୀ, ସୂର୍ଯ୍ୟକାନ୍ତ ଠାକୁର, ଗୁଣବନ୍ତ ସାହୁ, ଅଜିତେଶ ପାଢ଼ୀ, ଡ. ସରୋଜ ପଣ୍ଡା, ରମାକାନ୍ତ ସିଂ ସାହାଣୀ, ରାଜଲକ୍ଷ୍ମୀ ରଥ, ସିଲା ତ୍ରିବେଦୀ, ରୀତ୍ ବାରିକ, ପାୟଲ ପ୍ରଧାନ, ବିୟୁଟି ଅଗ୍ରୱାଲ, ମୀନା ଗୁଜୁରାତି, ପ୍ରଣତି ପଣ୍ଡା, ଆନନ୍ଦିନୀ ମିଶ୍ର, ଅକ୍ଷୟ ଦାଶ ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।