ଅଭିମନୁ୍ୟ ସାହିତ୍ୟ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା  

 ଯାଜପୁର: ସମଗ୍ର ଜୀବନର ମୂଲ୍ୟବାନ ସମୟକୁ ବିଦଗ୍ଧ କବି ଅଭିମନୁ୍ୟଙ୍କ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ଉତ୍ସର୍ଗ କରିଥିବାରୁ ଅଖିଳଚକ୍ରର ପ୍ରତିଷ୍ଠାତା ସମ୍ପାଦକ ହରେକୃଷ୍ଣ ପଣ୍ଡାଙ୍କୁ ବାଲିଆ ଅଭିମନୁ୍ୟ ସାହିତ୍ୟ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ପଣ୍ଡା ଅଖିଳଚକ୍ର ମାଧ୍ୟମରେ ବିଭିନ୍ନ ଅନୁଷ୍ଠାନରେ ଅଭିମନୁ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଦୀର୍ଘ ୪ଦଶନ୍ଧି ଧରି ବିଭିନ୍ନ ସ୍ଥାନରେ ଜୟନ୍ତୀ ପାଳନ କରି ଆସୁଥିବାରୁ ତାଙ୍କୁ ପରିଷଦର ସଭାପତି ନିମାଇଁ ଚରଣ ରାୟ, ମୁଖ୍ୟଅତିଥି ଡ. ବାସୁଦେବ ଦାସ ମାନପତ୍ର ସହ ଉପଢୈ÷ାକନ ଓ ଅଭିମନୁ୍ୟଙ୍କ ଫଳକ ଦେଇ ସମ୍ମାନୀତ କରିଥିଲେ । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବିଶିଷ୍ଠ ବ୍ୟକ୍ତି, ଅଖିଳଚକ୍ର ପକ୍ଷରୁ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର, ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତ, ଡ. ରବୀନ୍ଦ୍ର ପରିଡା, ଗୌରାଙ୍ଗ ସ୍ୱାଇଁ, ଶହୀଦ ସ୍ମୃତୀ ବିଶ୍ୱାଳ କମିଟି ପକ୍ଷରୁ  କାମଦେବ ବିଶ୍ୱାଳ, ଡ. ପ୍ରକାଶ ଚନ୍ଦ୍ର ନାୟକ, ଅଧ୍ୟାପକ ସୁକାନ୍ତ ବିଶ୍ୱାଳ, ସୂର୍ଯ୍ୟମଣୀ ବିଶ୍ୱାଳ, ଡ. ଜୀତେନ୍ଦ୍ର ଦାଶ ଅଧ୍ୟକ୍ଷ ବାଲିଆ ଯ୍ୁକ୍ତ ଦୁଇ କଲେଜ, ବରୁଣେଶ୍ୱର କ୍ଷେତ୍ରରୁ  ଅଖିଳ କୁମାର ପ୍ରଧାନ, ରାଜେନ୍ଦ୍ର ରାଉତ, କବି ଜୀତେନ୍ଦ୍ର ବେହେରା, ସମାଜସେବୀ  ଜୀତେନ୍ଦ୍ର କୁମାର ପ୍ରଧାନ ଯାଜପୁରର ବରିଷ୍ଠ ନାଗରୀକ ଶାନ୍ତନୁ ଧଳ, ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ମନ୍ମଥ କୁମାର ରାୟ, ଆନନ୍ଦ ଚନ୍ଦ୍ର ସାହୁ, ବରୀରୁ ପଦ୍ମନାଡ଼ ଜେନା, ପ୍ରଭାତ କୁମାର ଦାସ  ଖରସୋ୍ରତା ପ୍ରେସ କ୍ଲବ ପକ୍ଷରୁ ସଇଫୁର ରହେମାନ ଉପଦେଷ୍ଟା ରତନଲାଲ ଭୂୟାଁ, ଶିକ୍ଷାବିତ ଅକ୍ଷୟ ନାୟକ ପ୍ରମୁଖ ଅଖିଳଚକ୍ର ସମ୍ପାଦକ ହରେକୃଷ୍ଣ ପଣ୍ଡାଙ୍କୁ ଶୁଭେଚ୍ଛା ଏବଂ ସମ୍ବର୍ଦ୍ଧନା ଦେଇଥିବା ଅଭିମନୁ୍ୟ ସାହିତ୍ୟ ପରିଷଦର କର୍ମକର୍ତାଙ୍କୁ ସାଧୁବାଦ ଜଣାଇଛନ୍ତି ।