ଖରସ୍ରୋତା କଲେଜର ବାର୍ଷିକୋତ୍ସବ

 ସିଂହପୁର: ଖରସ୍ରୋତା କଲେଜ ସିଂହପୁରର ୪୯ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଉପେନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ.କୁମରବର୍ ଦାସ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁ-ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ସାଂସ୍କୃତିକ ପରିଷଦର ଉପ ସଭାପତି ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ସ୍ୱାଗତ ଭାଷଣ ଓ ଉପସଭାପତି ପ୍ରଧ୍ୟାପକ ଶ୍ରୀକାନ୍ତ ନାୟକ ବାର୍ଷିର୍କ ବିବରଣୀ ପାଠ କରିଥିଲେ । ଉପ ସଭାପତି ଡ.ଅରୁଣ କୁମାର ସାମଲ, ଡ.ଗାୟତ୍ରୀ ଧଳ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ରାଜନୀତି ବିଜ୍ଞାନ ସମ୍ମାନ ବିଭାଗର ଦୁଇ ଉତମ ଛାତ୍ରଙ୍କୁ ସ୍ୱର୍ଗତ ସୁଧାକର ଧଳ ସ୍ମାରକୀ ମେଧା ସମ୍ମାନ ପ୍ରଦାନ କରାଯାଇଥିଲା । ଓଡିଆ, ଇଂରାଜୀ, ନୃତ୍ୟ ଓ ସଙ୍ଗୀତରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରଯାଇଥିଲା । ଉପ ସଭାପତି ଅଧ୍ୟାପକ ଗଗନ ବିହାରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଚିତରଞ୍ଜନ ଗୁରୁ, ବିଜୟ ପତି, ମୀନକେତନ ତ୍ରିପାଠୀ, ସୁବାସ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ମିଶ୍ର, ସୁରେନ୍ଦ୍ର କୁମାର ସାମଲ, ଦୀପ୍ତି ରଞ୍ଜନ ସେନାପତି, ବୈଭବ ନାୟକ, ରଜତ ସାହୁ, ବିବେକ ମେହେର, ପ୍ରଦୀପ ମଲ୍ଲିକ, ଯୋଗେନ୍ଦ୍ର ସୁତାର, ପ୍ରଣୟ କୁମାର ଥାଟୋଇ, ପ୍ରଦୀପ ରାଉଳ, ଚିନ୍ମୟ ଥାଟୋଇ, ମଳୟ ଦାଶ, ଅଧ୍ୟାପିକା ପୁଷ୍ପଲତା ଜେନା, ରୂପାଲି ମହାରଣା, ଅର୍ପିତା ସ୍ୱାଇଁ, ଚିରସ୍ମିତା ନାୟକ, ଯୋତ୍ରିପ୍ରଭା ମହାନ୍ତିଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ  ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।