ଅମଲା ସଂଘ ସମ୍ବର୍ଦ୍ଧନା ଉତ୍ସବ
କେନ୍ଦ୍ରାପଡା : ଓଡିଶା ଶିକ୍ଷା ଅମଲା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ସମ୍ବର୍ନ୍ଧନା ଉତ୍ସବ ଜିଲ୍ଲା ସଭାପତି ଅବିନାଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ପଟ୍ଟାମୁଣ୍ଡାଇ ମଙ୍ଗଳ ଶିକ୍ଷା ଅଧିକାରୀ ହରିହର ଦଳାଇ, ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କନିଷ୍ଠ ସହାୟକ ରୁ ବରିଷ୍ଠ ସହାୟକ ଓ ବରିଷ୍ଠ ସହାୟକ ରୁ ସେକସନ ଅଧିକାରୀକୁ ପଦୋନ୍ନତି ପାଇଥିବା ଓ ୨୦୨୪ ଶେଷ ସୁଦ୍ଧା ଅବସର ନେଇଥିବା ଅମଲା ଭାଇ ଓ ଭଉଣୀଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଓଡିଶା ରାଜ୍ୟ ଶିକ୍ଷା ଅମଲା ସଂଘ ସାଧାରଣ ସମ୍ପାଦକ ସାନ୍ତନୁ କର ସଭାରେ ଯୋଗଦେଇ ସମସ୍ତ ବନ୍ଧୁଙ୍କୁ ସଂଗଠିତ ରହି ନିଜର ନାର୍ଯ୍ୟ ଦାବି ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଅତିଥି ମାନେ ଅମଲାଙ୍କୁ କର୍ମଯୋଗୀ ନିଷ୍ଠାପର କାମ କରିବାକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ଚତୁର୍ଭୁଜ ନାୟକ, ମଳୟ ରଥ, ବିଭୁତି ଭୂଷଣ ପରିଡା, କିଶୋର ସାମଲ, ପ୍ରଦିପ ଜେନା, ସୁଶିଲ ତରାଇ ପ୍ରମୁଖ ସହଯୋଗ କରିଥିଲେ ।