ଗୁଳିକାଣ୍ଡରେ ଯୁବକ ମୃତୁ୍ୟ ଘଟଣା ଆଉ ଜଣେ ଅଭିଯୁକ୍ତ ଗିରଫ
।ା ପ୍ରଭାନୁ୍ୟଜ ।ା ହିନେ୍ଦାଳ, : ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ଥାନା ନୁଆବଗ ଶନିମନ୍ଦିର ନିକଟରେ ଗୁଳି ମାଡ଼ରେ ଜଣେ ଯୁବକ ମୃତୁ୍ୟ ଘଟଣାରେ ପୁଲିସ ସମ୍ପୃକ୍ତ ହତ୍ୟାକାରୀକୁ ଗିରଫ କରିଥିବା ବେଳେ ଗତକାଲି ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅନ୍ୟ ଜଣେ ଯୁବକକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି ।
ଖବରୁ ପ୍ରକାଶ, ହିନେ୍ଦାଳ ଥାନା ମାହାଲୁଣ୍ଡା ଗ୍ରାମର ତୀର୍ଥ ସାହୁଙ୍କ ପୁଅ ସୁବାସ ସାହୁ (୨୬) ନିଜ କାମରେ ରାସୋଳ ଆସୁଥିବାବେଳେ ନୁଆବଗ ଶନିମନ୍ଦିର ନିକଟରେ ହଠାତ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ସୁବାସଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଗୁଳିମାଡ଼ କରିଥିବା ଯୁବକ ଜଣଙ୍କ ପଞ୍ଜାବ ସାଙ୍ଗରିଆ ଜିଲ୍ଲାର ଅଜିବ ଖନ୍ଙ୍କ ପୁଅ ରିଙ୍କୁ ଖାନ (୨୪) ବୋଲି ଜଣାପଡିଛି । ରିଙ୍କୁ ଖାନ୍ ଜଣେ ପେଶାଦାର ଲୁଟେରା ହୋଇଥିବାବେଳେ ତାହା ନାଁରେ ଅନୁଗୁଳ ଓ ମୋଟଙ୍ଗା ଥାନାରେ ୧୦/୧୨ ମାମଲା ରହିବା ସହ ସେ ଆଗରୁ ଜେଲ୍ ମଧ୍ୟ ଯାଇଛି । ବିଶେଷ କରି ସେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ କରି ଲୁଟପାଟ୍ କରିଥାଏ । ଗତକାଲି ସେ ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଅବନୀ କାନ୍ତ ପ୍ରଧାନଙ୍କ ପୁଅ ସୋମ ସୋହେଲ ପ୍ରଧାନ (୧୯)ଙ୍କ ପାଖରେ ପହଞ୍ଚô ରାସୋଳରେ ଛାଡି ଦେବାକୁ କହିଥିଲା । କିଛି ବର୍ଷ ଆଗରୁ ଉଭୟେ ଇନଷ୍ଟାଗାମ୍ରେ ଚିହ୍ନା ହୋଇଥିଲେ । ରାସୋଳ ଯିବା ରାସ୍ତାରେ ଆଗରେ ସୁବାସ କାନ୍ଧରେ ଏକ ବ୍ୟାଗ୍ ପକାଇ ଯାଉଥିବାର ଦେଖି ତାକୁ ଫାଇନାନ୍ସ କମ୍ପାନୀ କର୍ମଚାରୀ ଭାବି ଟଙ୍କା ଲୁଟ୍ ଆଶାରେ ପିଛା କରି ନୁଆବଗ ନିକଟରେ ନିଛାଟିଆ ଜାଗା ଦେଖି ସୁବାସକୁ ଅଟକାଇ ବ୍ୟାଗ ଛଡ଼ାଇବାକୁ ଚେଷ୍ଟା କରିଥିଲା । ହେଲେ ସୁବାସ ବ୍ୟାଗ୍ ନ ଦେବାରୁ ତାଙ୍କୁ ଗୁଳି ମାରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ସୁବାସ ମୃତୁ୍ୟବରଣ କରିଥିବାବେଳେ ଗ୍ରାମବାସୀମାନେ କୌଶଳକ୍ରମେ ରିଙ୍କୁ ଖାନକୁ କାବୁ କରି ପୁଲିସ୍ ଜିମା ଦେଇଥିଲେ । ଅନ୍ୟପଟେ ହତ୍ୟାକାଣ୍ଡ ଦେଖି ଭୟଭୀତ ହୋଇ ସୋମ ଶୋହେଲ ଘଟଣାସ୍ଥଳରୁ ଚମ୍ପଟ ମାରି ପରେ ବିଲମାଳ ଭିତରେ ଲୁଚିଯାଇଥିଲା । ହେଲେ ପୁଲିସ୍ ସମସ୍ତ ରାସ୍ତାକୁ ସିଲ୍ କରିଥିବାବେଳେ ସୋମ ଚାଲିଚାଲି ଯାଉଥିବା ବେଳେ ପୁରୁଣା କଟକ ସମ୍ବଲପୁର ରାସ୍ତାର ହରିହରପୁର ନିକଟର ପୁଲିସ୍ ତାକୁ ଗିରଫ କରି ତଦନ୍ତ ଜାରି ରଖିଛି ।