ଅଲୋଡ଼ା ହୋଇପଡିଛି ପଖିଆ
ବରୀ : ପଖିଆ ଚାଷୀଙ୍କ ପାଇଁ ବହୁ ଦରକାରୀ ଥିଲା । ଖରାଦାଉରୁ ହେଉ କି ବର୍ଷାରୁ ମୁକ୍ତି ପାଇଁ ଚାଷୀଙ୍କୁ ଭରସା ହେଉଥିଲା ପଖିଆ । କିନ୍ତୁ ପଖିଆକୁ ଆଉ ଚାଷୀ ଲୋଡ଼ୁ ନାହାନ୍ତି । ଫଳରେ ଅଲୋଡ଼ା ହୋଇପଡ଼ିଛି ପଖିଆ । ତଥାପି ଅଲୋଡ଼ା ଅଖୋଜାକୁ ସାଇତି ରଖି ପୁରୁଣା ସ୍ମୃତିକୁ ମନେପକାଉଛନ୍ତି ଚାଷୀ । ବିଶେଷ କରି ମଫସଲରେ ଚାଷୀମାନେ କୌଳିକ ବୃତିକୁ ମନେ ରଖିଛନ୍ତି । କିନ୍ତୁ ତାହା ଉପଯୋଗ୍ୟ ହୋଇପାରୁନି । ଚାଷୀ ଜ୍ୟେଷ୍ଟ ମାସରେ କ୍ଷେତରେ ଧାନ ବିହନ ବୁଣିବା ସମୟରେ ହେଉ କି ଆଷଢ ଓ ଧାରା ଶ୍ରାବଣରେ ରୁଆପୋତା ବେଳେ ପଖିଆଟିଏ ମୁଣ୍ଡରେ ଦେଇ ଖରା ଓ ବର୍ଷାରୁ ସୁରକ୍ଷିତ ରହିଥାଏ । ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତ ରେ ବେଉସଣ କରିବା ସାଙ୍ଗକୁ ଧାନ ବିଲରୁ ଘାସ ବାଛିବା ପର୍ଯ୍ୟନ୍ତ ପଖିଆକୁ ବ୍ୟବହାର କରୁଥିଲେ । ଚାଷୀକୂଳ ବର୍ଷା ଦାଉରୁ ରକ୍ଷା ପାଇବା ଲାଗି ମୁଣ୍ଡରେ ଟୋପିଛତା ବଦଳରେ ପଖିଆକୁ ମୁଣ୍ଡରେ ଦେଇ କାମ କରିଥାନ୍ତି । ଏହି ପଖିଆକୁ ମୁଣ୍ଡରେ ରେ ଦେଇ ଲୋକମାନେ ହାଟବଜାର ସଉଦା ସାମଗ୍ରୀ ଆଣିଥାନ୍ତି । ଏବେ ପଖିଆର ଆଦର ନାହିଁ କି କିଏ ଖୋଜୁନାହାନ୍ତି । ଅଲୋଡ଼ା ହୋଇପଡିଛି ପଖିଆ ।