ଶଶୀକାନ୍ତଙ୍କୁ ‘ଆଦିକଳା’ ସମ୍ମାନ
ବ୍ୟାସନଗର: ପଣ୍ଡିତ ଶଶୀକାନ୍ତ ଉପାଧ୍ୟାୟଙ୍କୁ ସମ୍ମାନଜନକ "ଆଦିକଳା ସମ୍ମାନ’ରେ ସମ୍ମାନିତ କରାଯାଇଛି । ଚଳିତ ମାସ ୩ ତାରିଖ ପୁରୀ ଗ୍ରାଣ୍ଡରୋଡ଼ ଅନ୍ନପୂର୍ଣ୍ଣା ଥିଏଟରରେ କେନ୍ଦ୍ର ସରକାରଙ୍କ ଅଧିନ କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ବ୍ୟାସନଗର ନିବାସୀ ଶଶୀକାନ୍ତଙ୍କୁ ଡ଼. ଉପେନ୍ଦ୍ର କୁମାର ଶର୍ମାଙ୍କ ସହ ଫାଉଣ୍ଡେସନର ଅଧ୍ୟକ୍ଷ ଷ୍ଟାଲିନ ପରିଜା ଉପଢୈାକନ ସହ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।