କାହ୍ନୁ ଗୋସେଇଁଙ୍କ ସାଧନା ପୀଠରେ ଧର୍ମସଭା
ବ୍ୟାସନଗର: କୋରେଇ ବ୍ଲକ ଶଙ୍ଖଚିଲାସ୍ଥ ନାଉଡପୁର ଠାରେ ଥିବା ସିଦ୍ଧ ମହାପୁରୁଷ ଶ୍ରୀ ଶ୍ରୀ ବାବା କାହ୍ନୁ ଗୋସ୍ୱାମୀଙ୍କ ୯୫ତମ ମହାପ୍ରୟାଣ ଦିବସ ସହ ଧର୍ମସଭା ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ ଶ୍ରାଦ୍ଧ ମହୋତ୍ସବ ପରିପ୍ରେକ୍ଷୀରେ ସାଧୁ ମିଳନ ସହ ଧୁନି ଯଜ୍ଞ, ନାମ ଯଜ୍ଞ ତିନିଦିନ ଧରି ହୋଇଥିଲା । ଧର୍ମ ସଭା କାହ୍ନୁ ଗୋସେଇଁ କମିଟି ସଭାପତି ମଦନମୋହନ ସାହୁ ସଭାପତିତ୍ୱ ଓ ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ଜେନାଙ୍କ ପରିଚାଳନାରେ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ନିଗମାନନ୍ଦ ମହାନ୍ତି, ମାଳିକା ପ୍ରବକ୍ତା ଦାଶରଥି ଦୟାନିଧି ମହାରାଜ, ବାବାଜୀ ନିଳାଚଳ ଦାଶ ମହାରାଜ,ସନ୍ଥ ପାଗଳ ବାବା,ସନ୍ଥ ମଦନମୋହନ ମହନ୍ତ, ବ୍ରହ୍ମଚାରୀ ହିମାଂଶୁ ଚୈତନ୍ୟ ମହାରାଜ ଯୋଗ ଦେଇଥିଲେ । ଧର୍ମ ସଭାକୁ ପଣ୍ଡିତ ଲକ୍ଷ୍ମୀଧର ଅଧିକାରୀ ବେଦ ପାଠ କରାଇ ଅତିଥି ମାନଙ୍କ ଦ୍ୱାରା ସମୁହ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଉଦଘାଟନ କରାଯିବା ସ୍ଥଳେ କାହ୍ନୁ ଗୋସ୍ୱାମୀ କମିଟିର ସମ୍ପାଦକ ରଘୁନାଥ ବେହେରା ବିବରଣୀ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ କମିଟିର କାର୍ଯ୍ୟନିର୍ବାହୀ ସଭ୍ୟ ନିରଞ୍ଜନ ସାହୁ ଓ ସାଥୀ ଗଣ ଆବହନି ସଙ୍ଗୀତ ସହ ବିଦ୍ୟାଧର ସାହୁ ଓ ଅନନ୍ତ ଚରଣ ମଲ୍ଲିକ, ଉପେନ୍ଦ୍ର କୁମାର ସାହୁ, ଗୋପିନାଥ ନାୟକ, ନାରାୟଣ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅତିଥି ମାନଙ୍କୁ ଉତରୀୟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶଙ୍ଖଚିଲା ଗୋଡ଼ି ପାଟଣା ଗ୍ରାମର ଜଣେ ପୁରାତନୀ ସଭ୍ୟ ତଥା ବୁଦ୍ଧିଜୀବୀ ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ସାହୁଙ୍କ ଦ୍ୱାରା ଏହି ସର୍ବ ପୁରାତନ ପ୍ରାଚୀନ ପୀଠର ମହିମା ପ୍ରଚାର ଉଦେ୍ଦଶ୍ୟରେ ୧୯୭୨ମସିହାରୁ ଲିଖିତ ମାତ୍ର ଅପ୍ରକାଶିତ ପୁସ୍ତକ "ଶ୍ରୀଶ୍ରୀ ସିଦ୍ଧ କାହ୍ନୁ ଗୋସ୍ୱାମୀ ଚରିତ" ନାମକ ପୁସ୍ତକକୁ ତାଙ୍କ ପୁତ୍ର ଅବସରପ୍ରାପ୍ତ ଶିକ୍ଷକ ବିଷ୍ଣୁଚରଣ ସାହୁଙ୍କ ଦ୍ୱାରା ପ୍ରକାଶନ କରାଯାଇ ଧର୍ମ ସଭାରେ ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଭ୍ୟ ବିମଳେନ୍ଦୁ ସାହୁ, ଭୀମସେନ ସାହୁ, ରବୀନ୍ଦ୍ର କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ମହାକୁଡ଼, ଈଶ୍ୱର ଚନ୍ଦ୍ର ସାହୁ, ଗୈାରାଙ୍ଗ ଚରଣ ସାହୁ, ଜଗବନ୍ଧୁ ବିନ୍ଧାଣି,ଗୋପାଳ ଚରଣ ମଳିକ, ଶତୃଘ୍ନ ସାହୁ, ରାଧାକାନ୍ତ ସାହୁ, ସଞ୍ଜୟ କୁମାର ସାହୁ, ଜୟନ୍ତ କୁମାର ଗୁରୁ, ବନମାଳୀ ଗୁରୁ, ଦୁର୍ଯୋଧନ ସାହୁ, ଶତୃଘ୍ନ ପାଢ଼ୀ, ଅଭିରାମ ସାହୁ, ରବୀନ୍ଦ୍ର କୁମାର ସାହୁ, ଅନନ୍ତ ଚରଣ ଅଧିକାରୀ, ମଣିଚରଣ ପଣ୍ଡା, ଭିକାରୀ ଚରଣ ଅଧିକାରୀ ଓ ଅଭିନ୍ନ ଚରଣ ମଳିକ ଅଞ୍ଚଳର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । କୁମ୍ପଣ୍ଡୁଆ ମଠର ସାଧୁ ରାଧେଶ୍ୟାମ ଦାଶ ମହାରାଜଙ୍କ ନେତୃତ୍ୱରେ ସାଧୁମେଳି କରାଯାଇ ଧୂନି ଯଜ୍ଞ କରାଯାଇଥିଲା । ସଙ୍କୀର୍ତନ ନାମ ଯଜ୍ଞ ବରିଷ୍ଠ ସଭ୍ୟ ଧନେଶ୍ୱର ନାଥ ଓ ବାଇଧର ନାୟକଙ୍କ ନେତୃତ୍ୱରେ ସମାପନ ହୋଇଥିଲା । ଉପସଭାପତି ଚକ୍ରଧର ସାହୁ ଦ୍ୱାରା ଧନ୍ୟବାଦ ପ୍ରଦାନ କରିଥିଲେ ।