ଅଶୋକ ନାୟକ ହତ୍ୟା ଘଟଣା:  ପୁଲିସ ହାତ ଖାଲି  

 ସିଂହପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ଚନ୍ଦ୍ରମୁଁ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଚାଷୀ  ଅଶୋକ ନାୟକ ହତ୍ୟା ଘଟଣାକୁ ମାସେ ବିତିବାକୁ ବସିଲାଣି । ମାତ୍ର ପୁଲିସ ହାତ ଏଯାବତ ଖାଲି । ହତ୍ୟା ଘଟଣାକୁ ନେଇ ତଦନ୍ତ ପ୍ରକ୍ରୀୟା କେବଳ କେତେକ ବ୍ୟକ୍ତିଙ୍କୁ ପଚରା ଉଚରାରେ ସିମିତ ଥିବାପରି ମନେ ହେଉଛି । ତେବେ ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରତିକ୍ରୀୟା ପ୍ରକାଶ ପାଉଥିବା ବେଳେ ପୁଲିସ କିନ୍ତୁ ହତ୍ୟା ଘଟଣାର ପର୍ଦ୍ଦା ଖୁବସିଘ୍ର ଉଠାଇବ ବୋଲି ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ଘଟଣା ଅନୁଯାଇ ଜୁନ ମାସ ୧୩ ତାରିଖ ଅଶୋକ ନାୟକଙ୍କ କ୍ଷତ ବିକ୍ଷତ ମୃତ ଦେହ ଘର ନିକଟରୁ ପ୍ରାୟ ୧କିମି ଦୁର ଏକ ବିଲରୁ ଉଦ୍ଧାର କରାଯାଇଥିଲା । ପାରିପାଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ବୋଲି ସନେ୍ଦହ ବଢିବା ପରେ ପରିବାର ଲୋକେ ବିଞ୍ଝାରପୁର ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ । ପୁଲିସ ଘଟଣା ସ୍ଥଳରେ ସାଇଁଟିଫିକ ଟିମ ସହିତ ପହଁଚି ତଦନ୍ତ କରିଥିଲା । ଘଟଣାକୁ ଏକମାସ ବିତିବାକୁ ବସିଥିଲେ ମଧ୍ୟ ପୁଲିସ ଏହି ଘଟଣାରେ କୌଣସି ସିଦ୍ଧାନ୍ତରେ ପହଁଚି ପାରିନାହିଁ ।