ବିକଶିତ କୃଷି ସଂକଳ୍ପ ଅଭିଯାନ

ବରୀ  :  ବରୀ ବ୍ଲକକୃଷି କାର୍ଯ୍ୟାଳୟ ପକ୍ଷରୁ ଧାରପୁର ପଞ୍ଚାୟତର ନାଥପୁର ଗ୍ରାମରେ ବିକଶିତ କୃଷି ସଂକଳ୍ପଅଭିଯାନ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଛି ।କାର୍ଯ୍ୟକ୍ରମରେ ବରୀ ବ୍ଲକର କୃଷି ଅଧିକାରୀ ଜ୍ୟୋତ୍ରୀମୟୀ ବେହେରା ଅଧ୍ୟକ୍ଷତା କରିଥିଲେ । ସରପଞ୍ଚ କୁନା ମଲ୍ଲିକ ଉପସ୍ଥିତ ଥିଲେ କ୍ଷ  ପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ଓକୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଯୋଜନା ଗୁଡ଼ିକୁ ପ୍ରତ୍ୟେକଟି ଚାଷୀଭାଇଙ୍କ ନିକଟରେ ପହଞ୍ଚାଇବା ପାଇଁ ବକ୍ତାମାନେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ବଳ ଅଧିକାରୀ ଆଇସିଏମ୍ଆର୍-ସିଫାର ପ୍ରଧାନ ବିଜ୍ଞାନୀ ଡ. ପ୍ରିୟବ୍ରତ ସ୍ୱାଇଁ, ଡ. ଲଳିତ ମହାନ୍ତି, ସୁବ୍ରତ ପାଣିଗ୍ରାହୀ, ଉଦ୍ୟାନ କୃଷି ବିଶେଷଜ୍ଞ ଶୁଭଶ୍ରୀଶୁଭଦର୍ଶିନୀ ଉଦ୍ୟାନ କୃଷି ସମ୍ପର୍କରେ ସୂଚନା ପ୍ରଦାନକରିଥିଲେ । ଏକ ସଚେତନତା ରଥ ପଞ୍ଚାୟତ ପରିକ୍ରମା କରିବା ସହ ଚାଷୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରାଉନ୍ନତ କୃଷି ଯୋଜନା ସଂପର୍କିତ ପ୍ରଚାରପତ୍ର ପ୍ରଦାନକରାଯାଇଥିଲା । ସହକାରୀ ଉଦ୍ୟାନ କୃଷିଅଧିକାରୀ ସତ୍ୟଜିତ ଦାସ, ବ୍ଲକ ସହକାରୀ କୃଷିଅଧିକାରୀ ବିକାଶ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମପରିଚାଳା କରିଥିଲେ । ଉଦ୍ୟାନ କୃଷି କର୍ମଚାରୀ ମୋନାଲିସା ଅଧକାରୀ, ଗ୍ରାମ୍ୟ କୃଷି କର୍ମଚାରୀ ରୁପାଳି ପଣ୍ଡା, ଓଭର ସିୟର ଶ୍ରୀକାନ୍ତ ନାୟକ, ବି.ଟିଏମ୍ ତପନ ପରିଡା, ଏଟିଏ ପ୍ରିୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।