ଅସହାୟଙ୍କୁ ସହାୟତା ପ୍ରଦାନ
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: ସ୍ୱେଚ୍ଛାସେବୀ ସଙ୍ଗଠନ ଆଶାର ଆଲୋକ ଫାଉଣ୍ଡେସନ ପକ୍ଷରୁ କ୍ୟାନସର ପୀଡିତ ଜଣେ ଝିଅକୁ ସହାୟତା ପ୍ରଦାନ କରାଯାଇଛି । ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ଦାଶ, ଉପସଭାପତି ବଳରାମ ବେହେରା, ସଂପାଦକ ଜୀବନ ଦଳାଇ, ବରିଷ୍ଠ ସଭ୍ୟ ପ୍ରଶାନ୍ତ କୁମାର ଦାଶ, ଭରତ ପରିଡା ସମେତ ଅନ୍ୟ ସଦସ୍ୟମାନେ କଲଣଗ୍ରାମର ସରସ୍ୱତୀ ସାହୁଙ୍କ ଘରେ ପହଞ୍ଚି ତାଙ୍କ କନ୍ୟା ସୋନାଲି ସାହୁଙ୍କୁ କ୍ୟାନସର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ ।