ଜଙ୍ଗଲ ଜମି ଜବରଦଖଲ; ତହସିଲଦାରଙ୍କୁ ଅଭିଯୋଗ
ଦାନଗଦୀ : ଦାନଗଦୀ ତହସିଲ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଖରଡ଼ି ମୌଜାରେ ଗ୍ରାମୀଣ ଜଙ୍ଗଲ ଜମି ଏକର ଏକର ଜାଗାକୁ ପୂର୍ବତନ ସରପଞ୍ଚଙ୍କ ପୁଅ ବିଷ୍ଣୁ ମଲିକ ଓ କାଳନ୍ଦି ଦାସ ଜବର ଦଖଲକୁ ନେଇ ଗ୍ରାମବାସୀ ଜଣେ ଓଡିଶା ହାଇକୋର୍ଟର ଓକିଲଙ୍କ ସହ ଦାନଗଦୀ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ମଙ୍ଗଳପୁର ମୌଜାର ଖରଡ଼ି ଗ୍ରାମର ପୂର୍ବତନ ସରପଞ୍ଚ ବିଳାସିନୀ ମଲିକଙ୍କ ପୁଅ ବିଷ୍ଣୁ ୧ ଏକର ୧୧ଡିସିମିଲ ଜବରଦଖଲ କରଥିବା ଅଭିଯୋଗ ହୋଇଥିବା ବେଳେ ସେହି ଗ୍ରାମର କାଳନ୍ଦୀ ଦାସ ୬୮ଡିସିମିଲ ଜାଗାକୁ ଜବର ଦଖଲ କରିଥିବା ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଛି । ଯେଉଁ ଜାଗାର ଖାତା ନମ୍ବର ୩୧୩ ପ୍ଲଟ ନମ୍ବର ୪୭ ଓ ଅନ୍ୟଏକ ଜାଗା ଖାତା ନମ୍ବର ୩୧୩ ପ୍ଲଟ ନମ୍ବର ୪୮କିସମ ଗ୍ରାମ୍ୟ ଜଙ୍ଗଲ ଅଛି । ପୂର୍ବ ସରକାର ସମୟରୁ ୨୦୨୦/୨୨ମସିହାରୁ ବାରମ୍ବାର ଜିଲାପାଳ ଠାରୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ ଅଭିଯୋଗ ହେଉଥିଲେ ମଧ୍ୟ ପୂର୍ବ ସରକାରଙ୍କ ଚାପରେ କୌଣସି ପଦକ୍ଷେପ ନିଆଗଲା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଓଡ଼ିଶା ହାଇକୋର୍ଟର ଓକିଲ ସୁନିଲ କୁମାର ପଣ୍ଡାଙ୍କ ମାଧ୍ୟମରେ ମଙ୍ଗଳପୁର ପଞ୍ଚାୟତର ଖରଡି ଗ୍ରାମବାସୀ ତହସିଲଦାରଙ୍କ ପାଖରେ ଅଭିଯୋଗ କରି ଯଥା ଶୀଘ୍ର ଗ୍ରାମୀଣ ଜଙ୍ଗଲ ଛୋଟ ଜଙ୍ଗଲ ଜମି ଉଛେଦ କରିବାକୁ ଦାବି କରିଥିଲେ । ତହସିଲଦାର ଅଭିଯୋଗ ପାଇବା ପରେ ଦୁଇ ସପ୍ତାହ ଭିତରେ ପଦକ୍ଷେପ ନେବାର ପ୍ରତିଶୃତି ଦେଇଥିବା ଓକିଲ ଶ୍ରୀପଣ୍ଡା କହିଛନ୍ତି ।