କୋର୍ଟଙ୍କ ରାୟ ପାଳନ କରୁନାହାଁନ୍ତି ଲିଜ୍ଧାରୀ

କବାଟବନ୍ଧ: ସର୍ବ ସାଧାରଣ ସ୍ଥାନରେ ଦିନ ବେଳା ବାଲି ପରିବହନ କରାଯାଇ ପାରିବ ନାହିଁ । ବାଲି ଉତ୍ତୋଳନ କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ଏଭଳି କଡା ନିଦେ୍ର୍ଦଶ ରହିଛି । ଏହାଉପରେ ଶତ ପ୍ରତିଶତ ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟ ନିଦେ୍ର୍ଦଶରେ ସ୍ପଷ୍ଟ କରିବେଆଇନ ବାଲି ପରିବହନକୁ ନେଇ ଦାୟର ହୋଇଥିବା ମାମଲା ଉପରେ ହାଇକୋର୍ଟ ପୂର୍ଣ୍ଣଛେଦ ପକାଇଥିଲେ । ସକାଳ ୭ଟା ରୁ ରାତ୍ର ୯ ଘଟିକା ପର୍ଯନ୍ତ ରାଜ୍ୟର କୌଣସି ସ୍ଥାନରେ ବାଲି ଉତୋଳନ କରାଯାଇ ପାରିବ ନାହିଁ ହାଇକୋର୍ଟ ରାୟ କରିଥିବା ବେଳେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ । ତହସିଲ ଅଧୀନ ମର୍ଜିତାପୁର ବାଲି ଘାଟ ହେଉଛି ଏହାର ବଡ଼ ଉଦାହରଣ । ଘାଟକୁ ପ୍ରଶାସନ ପକ୍ଷରୁ ଲିଜ ଦିଆଯାଇଛି । ବାଲି ଉତୋଳନ ପୂର୍ବରୁ ଏହି ଜାଗାକୁ ପ୍ରଶାସନ ପକ୍ଷରୁ ପିଲାର ପୋଷ୍ଟିଙ୍ଗ କିମ୍ୱା ସୂଚନା ଫଳକ ଲଗାଯିବାର ନିୟମ ରହିଛି । କିନ୍ତୁ ତାହା ଏଠାରେ ଦୃଶ୍ୟ ମାନ ହେଉନାହିଁ । ଏଠାରେ କିନ୍ତୁ କୋର୍ଟଙ୍କ ରାୟ ପାଳନ କରୁନାହାଁନ୍ତି ଲିଜଧାରୀ । ପ୍ରଶାସନର ଅବହେଳା ନାଁ ଲିଜ ଧାରୀଙ୍କ ମନମାନୀରେ ଚାଲିଛି ବାଲି ଉତୋଳନ । ଲିଜଏରିଆ ବାହାରୁ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହେଉଛି । ଯାହା ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡୁଛି ସରକାରଙ୍କୁ । ଯାହାକି ଏହି ଘାଟ ଦୀର୍ଘଦିନ ହେବ ରାତି ଦିନ ବେଧଡ଼କ ଭାବରେ ଦୁଇ ଦୁଇଟି ମେସିନ ଲଗାଇ ବାଲି ପରିବହନ କରାଯାଉଛି । ଏହା ଉପରେ କେବେ ହେଲେ ନଜର ପଡୁନାହିଁ ବିଭାଗୀୟ ଅଧିକାରୀଙ୍କର ନାଁ ଜାଣି ଅଜଣା ଅଧିକାରୀ ସମସ୍ତଙ୍କୁ ଚକିତ କରୁଛି । ଖଣ୍ଡେ ପେପରରେ ତାରିଖ ପକାନଯାଇ ଗାଡି ମାନଙ୍କରେ ବ୍ୟବହାର କରାଯାଉଛି । ଘାଟକୁ କେବେ ବିଭାଗୀୟ ଅଧିକାରୀ ମାନେ ଚଢ଼ାଉ କରିବାକୁ ଆସନ୍ତି ନାହିଁ । ଦାୟିତ୍ୱରେ ଥିବା ବଡ଼ପଣ୍ଡା ବାବୁଙ୍କ ଦାୟିତ୍ୱ ହୀନତା ପାଇଁ ଲିଜ ଧାରୀ ହାଇକୋର୍ଟଙ୍କ ନିଦେ୍ର୍ଦଶକୁ ପାଳନ କରୁନାହାଁନ୍ତି । ଦାୟିତ୍ୱ ନିର୍ବାହ କରୁଥିବା ଅଧିକାରୀ ଲିଜଧାରୀଙ୍କ ସହିତ ସୁସମ୍ପର୍କ ରଖି ବାଲି ଖନନ କରାଯାଉଥିବା ଅଭିଯୋଗ ହେଉଛି । ଦିନବେଳା ବାଲି ପରିବହନ କରିବାକୁ ନିୟମ ନଥିବା ବେଳେ ଲିଜଧାରୀ ଗାଡି ମାନଙ୍କରେ ବାଲି ପରିବହନ କରୁଛନ୍ତି ତାହା ଆଶ୍ଚର୍ଯ୍ୟ କରୁଛି । ଯାହା ଦ୍ୱାରା କବାଟବନ୍ଧ ବଜାର ଏକ ବାଣିଜ୍ୟର ପେଣ୍ଠ ସ୍ଥଳୀ । ଏହି ବଜାରର ରାସ୍ତା ଅଣ ଓସାରିଆ ହୋଇଥିବାରୁ ଅନେକ ସମୟରେଏହି ବଜାର ଗହଳି ରହିଥାଏ । ଦିନବେଳା ବାଲି ଗାଡି ଆସି ରାସ୍ତାକୁ ଦୀର୍ଘ ସମୟ ପର୍ଯନ୍ତ ଯାମ କରି ରଖିଥାଏ । ଅନେକ ସମୟରେ ବାଲି ଗାଡି ଓଭର ଲୋଡିଙ୍ଗ ହୋଇ ରାସ୍ତା ଯିବା ଦ୍ୱାରା ବାଲି ରାସ୍ତା ଉପରେ ଗଦା ହୋଇପଡିରହୁଛି । ରାସ୍ତା ଉପରୁ ବାଲି ହଟାଯାଉନାହିଁ । ଯାହା ଦ୍ୱାରା ବାଇକରେ ଯାତାୟାତ କରୁଥିବା ପଥଚାରି ମାନଙ୍କର ଆଖି କାନରେ ପସି ସମସ୍ୟା ହେଉଛି । ଏହି ନଦୀବନ୍ଧ ରାସ୍ତା ଦେଇ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀମାନେ ଯିବା ଆସିବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହେଉଛି । ଅନେକ ସମୟରେ ଆମ୍ବୁଲାନ୍ସ ଦୀର୍ଘ ସମୟ ଫସିରହୁଛି । ରାଜସ୍ୱ ବିଭାଗ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ଏହାର ଫାଇଦା ନେଉଛନ୍ତି ଲିଜ ଧାରୀ ।