ଅସହାୟ ଅବସ୍ଥାରେ ନାବାଳିକା ଉଦ୍ଧାର

ଜଟଣୀ  : ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ବଜାର ନିକଟସ୍ଥ ଶ୍ରୀକ୍ଷେତ୍ର ନଗର ଗଳିରେ ଅପରାହ୍ନ ସମୟରୁ ଏକ କମ୍ ବୟସର ଏକ ନାବାଳିକା ଦୀର୍ଘସମୟ ଧରି ପାଚେରୀ ଉପରେ ବସି ଅସ୍ୱାଭାବିକ ଆଚରଣ କରୁଥିବା କଲୋନୀ ବାସିନ୍ଦା ଦେଖିବାକୁ ପାଇ ସେଚ୍ଛାସେବୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ସମ୍ଭାବନା ପରିବାର ସଦସ୍ୟଙ୍କ ପକ୍ଷରୁ ଆଖାପାଖ ଅଞ୍ଚଳରେ ଖୋଜ୍ ଖବର କରାଯିବା ସହିତ ଥାନାଧିକାରୀଙ୍କ ସହାୟତା ଲୋଡ଼ା ଯାଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିସôା ନିମନ୍ତେ ଡାକ୍ତରଖାନା ନେଇଥିଲେ । ସେଠାରେ ସେ ପ୍ରକୃତିସ୍ଥ ହେବା ପରେ ବ୍ରହ୍ମପୁର ଅଞ୍ଚଳରୁ ଘରୁ ରାଗିକରି ଟ୍ରେନ୍ ମାଧ୍ୟମରେ ଚାଲିଆସିଥିବା ପ୍ରକାଶ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ପୁଲିସ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଛି ।