ଆଇଆରସିର ଉପସଭାପତି ହେଲେ ଇଂ ଏଲ.କେ ପାଢୀ
ଭୁବନେଶ୍ୱର : ରାଜପଥ ଇଞ୍ଜିନିୟରମାନଙ୍କର ସର୍ବୋଚ୍ଚ ସଂଗଠନ ଆଇଆରସିର ୮୪ତମ ସଂସ୍କରଣର ୨୩୬ତମ ପରିଷଦ ବୈଠକରେ ଏହାର ନୂତନ ପଦାଧିକାରୀମାନଙ୍କ ନାମ ଘୋଷଣା କରାଯାଇଛି । ତେଲେଙ୍ଗାନା ସରକାରଙ୍କ ସଡକ ଓ ବିଲ୍ଡିଂ ବିଭାଗର ଇଞ୍ଜିନିୟର-ଇନ-ଚିଫ୍, ଇଂ. ଜେ.ମୋହନ ନାଏକ ଆଇଆର୍ସିର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଓଡିଶା ସରକାରଙ୍କ ନିର୍ମାଣ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ତଥା ସ୍ୱତନ୍ତ୍ର ସଚିବ ଇଂ. ଏଲ୍.କେ ପାଢୀ ଆଇଆର୍ସିର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ପାଢୀ ଉପ-ସଭାପତି ଭାବେ ନିର୍ବାଚିତ ହେବା ଓଡିଶା ପାଇଁ ଗୌରବ ଆଣିବା ସହ ସଡକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ତାଙ୍କର ନେତୃତ୍ୱ ଓ ଉତ୍କର୍ଷତାକୁ ପ୍ରତିଫଳିତ କରୁଛି ।
ତାଙ୍କର ଅନନ୍ୟ ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତା ପରିବହନ କ୍ଷେତ୍ରରେ ଅଭିନବ ଏବଂ ସ୍ଥାୟୀ ଇଞ୍ଜିନିୟରିଂ ବ୍ୟବସ୍ଥାକୁ ଆଗକୁ ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତାଙ୍କ ସଫଳତା ସାରା ଭାରତରେ ଇଞ୍ଜିନିୟରମାନଙ୍କ ପାଇଁ ପ୍ରେରଣା ସାଜିବ । ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସ୍ ଆସୋସିଏସନ ଏ ନେଇ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏହି ନୂତନ ଭୂମିକା ଦେଶବ୍ୟାପୀ ରାଜପଥ ଯୋଜନା, ଇଞ୍ଜିନିୟରିଂ ଏବଂ ପରିଚାଳନାରେ ଉଚ୍ଚ-ମାନଦଣ୍ଡକୁ ପ୍ରୋତ୍ସାହିତ କରିବା ସହ ଆଇଆରସିର ଅଭିଯାନକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି ।