ଆଇଏମ୍ଏଫ୍ରୁ ବିଦା ହେଲେ କ୍ରିଷ୍ଣାମୂର୍ତ୍ତି
ନୂଆଦିଲ୍ଲୀ : ଇଣ୍ଟରନାସନାଲ ମନିଟାରୀ ଫଣ୍ଡ୍ (ଆଇଏମ୍ଏଫ୍) ଭାରତ ଶାଖାର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ ପଦରୁ ଡକ୍ଟର କ୍ରିଷ୍ଣାମୂର୍ତ୍ତି ଭି ସୁବ୍ରମଣ୍ୟାନ୍ଙ୍କୁ ସେବା ନିବୃତ୍ତ କରାଯାଇଛି । ୨୦୨୨, ନଭେମ୍ବର ୧ରୁ ଏହି ପଦରେ ନିଯୁକ୍ତି ପାଇଥିବା ସୁବ୍ରମଣ୍ୟାନ୍ଙ୍କ ସେବା ନିବୃତ୍ତି ଚିଠିକୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ ଦେଇଛି । କେଉଁ କାରଣ ପାଇଁ ସୁବ୍ରମଣ୍ୟାନ୍ଙ୍କୁ ସେବା ନିବୃତ୍ତ ଦିଆଗଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ସୁବ୍ରମଣ୍ୟାନ୍ ଯୁବ ସରକାରୀ ଅର୍ଥନୀତି ପରାମର୍ଶଦାତା ଭାବେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ସରକାରୀ ସେବାରେ ନିଯୁକ୍ତି ପାଇଥିଲେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ୨୦୨୨ରେ ଡକ୍ଟର୍ ସୁବ୍ରମଣ୍ୟାନ୍ ତାଙ୍କ ପୂର୍ବରୁ ଭାରତ ପକ୍ଷରୁ ଆଇଏମ୍ଏଫ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଥିବା ଡ. ସୁର୍ଜିତ ଏସ୍ ଭହ୍ଲାଙ୍କ ସ୍ଥାନ ନେଇଥିଲେ । ତେବେ ଡ. ଭହ୍ଲା କେବଳ ଭାରତ ପାଇଁ ନୁହେଁ, ଆଇଏମ୍ଏଫ୍ ପକ୍ଷରୁ ସେ ବାଂଲାଦେଶ, ଭୁଟାନ ଏବଂ ଶ୍ରୀଲଙ୍କା ପାଇଁ ମଧ୍ୟ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହାସହ ଭହ୍ଲା ଏନ୍ସିଏଇଆର୍ର ସଦସ୍ୟ ମଧ୍ୟ ରହି ସାରିଛନ୍ତି ।