ଆଇନ୍ ସଚେତନତା ଶିବିର 

 ଜଟଣୀ  : ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଅଗ୍ରୱାଲା ଧର୍ମଶାଳା ପରିସରରେ ଆଇନ୍ ଏବଂ ସାଇବର ଠକେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି  ।  ଏଥିରେ ବରିଷ୍ଠ ନାଗରିକ ମହାସଙ୍ଘର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା କୃପାସିନ୍ଧୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରରିଥିବାବେଳେ ମୁଖ୍ୟବକ୍ତା ଭାବେ ବିରଞ୍ଚି ରଥ, ସମ୍ମାନିତ ଅତିଥି ଭାବେ ଜଟଣୀ ଥାନା ଭାରପ୍ରାପ୍ତ ଅଧିକାରୀ ଷ୍ଟାଲିନି ବିଶ୍ୱାଳ ଓ ଅନୁଷ୍ଠାନର ସଭାପତି ଭକ୍ତ ବନ୍ଧୁ ଚୌଧୁରୀ ସଭାପତି ଭାବେ ଉପସ୍ଥିତ ଥିଲେ । ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀଙ୍କ ବେଦ ପାଠ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରର ଆରମ୍ଭ ହୋଇଥିଲା । ନାଗରିକ ମଞ୍ଚର ସଦସ୍ୟ ସତ୍ୟବାଦୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ସଚ୍ଚିଦାନନ୍ଦ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଜଟଣୀ ଥାନା ଅଧିକାରୀ ବିଶ୍ୱାଳ ସାଇବର ଅପରାଧ ସମ୍ପର୍କରେ କହିବା ସହ ସମସ୍ତ ବରିଷ୍ଠ ନାଗରିକଙ୍କୁ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ବରିଷ୍ଠ ନାଗରିକ ଜୟନ୍ତୀ ଶତପଥି, ସୀତାକାନ୍ତ ଶତପଥୀ, ହେନା ବେହେରା, ପ୍ରିୟମ୍ବଦା ମିଶ୍ର, ଚଞ୍ଚଳା ଜେନା, ଅରୁଣ ମହାନ୍ତି, ଶରତ ଚନ୍ଦ୍ର ଦାଶ, ଶ୍ୟାମ ସୁନ୍ଦର ତ୍ରିପାଠୀ, ପ୍ରହଲ୍ଲାଦ ସ୍ୱାଇଁ, ପ୍ରସନ୍ନ ରଥ, ପ୍ରଫୁଲ୍ଲ ପାଟ୍ଟଶାଣୀ ପ୍ରମୁଖ ସହଯୋଗ କରିଥିବାବେଳେ ମଞ୍ଚର ଉପସଭାପତି ବ୍ରଜବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।