ଆଇପିଏସସ୍ତରରେ ବଡ଼ ଅଦଳବଦଳ
ଭୁବନେଶ୍ୱର : ୨୦୦୯ ବ୍ୟାଚ୍ ଆଇପିଏସ ଅଫିସର ଅଖିଳେଶ୍ୱର ସିଂଙ୍କୁ ଭୁବନେଶ୍ୱର ଏସଆଇଡବ୍ଳ୍ୟୁର ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଏବେ ସେ କୋରାପୁଟର ଏସଡବ୍ଳ୍ୟୁଆର ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଭୁବନେଶ୍ୱର ଏସଆଇଡବ୍ଳ୍ୟୁର ଡିଆଇଜି ଭାବେ କାର୍ଯ୍ୟରତ ୨୦୧୦ ବ୍ୟାଚ୍ ଆଇପିଏସ ଡକ୍ଟର କନୱର ବିଶାଳ ସିଂଙ୍କୁ କୋରାପୁଟ ଏସଡବ୍ଳ୍ୟୁଆରର ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିପରି ୧୯୯୪ ବ୍ୟାଚ୍ ଆଇପିଏସ ସଂଜୀବ ପଣ୍ଡା ଏବେ ବିପିଏସପିଏର ଟ୍ରେନିଂ ଏଡ଼ିଜି ଏବଂ ନିର୍ଦ୍ଦେଶକ ଥିବାବେଳେ ତାଙ୍କୁ ନକ୍ସଲ ବିରୋଧୀ ଅପରେସନର ଏଡ଼ିଜି ଭାବେ ବଦଳି କରାଯାଇଛି । ସେ ଉଭୟ ଏସଆଇଡବ୍ଳ୍ୟୁ ଓ ନକ୍ସଲ ବିରୋଧୀ ଅପରେସନ୍ କଥା ବୁଝିବେ । ସିଧାସଳଖ ଭାବେ ସେ ଡିଜି ଓ ଆଇଜି ପୁଲିସଙ୍କୁ ରିପୋର୍ଟ କରିବେ । ଅପରପକ୍ଷରେ ୨୦୦୬ ବ୍ୟାଚ୍ ଆଇପିଏସ ଅନୁପ କୁମାର ସାହୁ ଏବେ ବିପିଏସପିଏର ଆଇଜିପି ଟ୍ରେନିଂ ଥିବାବେଳେ ତାଙ୍କୁ ବିପିଏସପିଏର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ଦିଆଯାଇଛି ।