ଆଇସିୟୁରେ  ଭର୍ତ୍ତି ହେଲେ ଶ୍ରେୟସ ଆୟର

ଆଇସିୟୁରେ  ଭର୍ତ୍ତି ହେଲେ ଶ୍ରେୟସ ଆୟର

 ନୂଆଦିଲ୍ଲୀ : ଆଇସିୟୁରେ  ଭର୍ତ୍ତି ହେଲେ ଶ୍ରେୟସ ଆୟର । ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ଶ୍ରେୟସ ଆୟର ଆହତ ହୋଇଛନ୍ତି । ସେ ଛାତିରେ ଅଧିକ ଜନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ  ଅଷ୍ଟ୍ରେଲିଆ ସ୍ଥିତ ଏକ ଘରୋଇ ହସ୍ପିଟାଲର ଚିକିତ୍ସା ହେଉଛନ୍ତି । ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଆଲେକ୍ସ କ୍ୟାରୀଙ୍କ କ୍ୟାଚ ଧରିବା ବେଳେ ଆୟର ଆହତ ହୋଇଥିଲେ । ତାଙ୍କର ବାମ ପଞ୍ଜରା ହାଡ଼ରେ ଆଘାତ ଲାଗିଛି । ମ୍ୟାଚ ପରେ ଆୟରଙ୍କୁ ସ୍କାନିଂ ପାଇଁ ନିଆ ଯାଇଥିଲା । ପରେ ଇଣ୍ଟନାଲ ବ୍ଲିଡ଼ିଂ ହେବା କାରଣରୁ ତାଙ୍କୁ ସିଡ଼ନୀର ଏକ ଘରୋଇ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ୨ରୁ ୭ ଦିନ ରଖାଯିବ । ଡାକ୍ତରୀ ଟିମ୍‌ ଲଗାତର ଭାବେ ଶ୍ରେୟସଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।