ଟେଷ୍ଟରୁ ସନ୍ନ୍ୟାସ ନେବେ ବିରାଟ!

ଟେଷ୍ଟରୁ ସନ୍ନ୍ୟାସ ନେବେ ବିରାଟ!

ନୂଆଦିଲ୍ଲୀ : ହିଟ୍ ମ୍ୟାନ୍ ରୋହିତଙ୍କ ପରେ ଏବେ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇପାରନ୍ତି ବିରାଟ କୋହଲି । ଏବେ ଏହି ଖବର ନେଇ ସବୁଠାରେ ଚର୍ଚ୍ଚା ହେଉଛି । ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିରାଟ ଏ ସମ୍ପର୍କରେ ବିସିସିଆଇ ସହିତ କଥାବାର୍ତ୍ତା କରିଥିବା ବେଳେ ଏହି ନିଷ୍ପତ୍ତି ଉପରେ ଆଉଥରେ ଚିନ୍ତା କରିବା ବିସିସିଆଇ ତାଙ୍କୁ ପରାମର୍ଶ ଦେଇଛି । କାରଣ ଆସନ୍ତା ଦିନରେ ଟିମ୍ ଇଣ୍ଡିଆ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଥିବା ବେଳେ ଠିକ୍ ଏହି ସମୟରେ ଦୁଇ ଦୁଇ ଜଣ କ୍ରିକେଟ ମହାରଥୀଙ୍କ ଅବସର ଘୋଷଣା ଦଳକୁ ଝଟ୍କା ଦେଇପାରେ । 
ସେପଟେ ପୂର୍ବତନ କ୍ରିକେଟ ଖେଳାଳି ଅମ୍ବାତି ରାୟୁଡ଼ୁ ନିଜ ଏକ୍ସ ଆକାଉଣ୍ଟରେ ମଧ୍ୟ ଏହି ବିଷୟରେ ଉଲ୍ଲେଖ କରିଛନ୍ତି । ସେ ତାଙ୍କ ପୋଷ୍ଟରେ କୋହଲିଙ୍କୁ ଆଉଥରେ ଏ ବିଷୟରେ ଚିନ୍ତା କରିବାକୁ ପରାମର୍ଶ ଦେବା ସହ ଟେଷ୍ଟ ଫର୍ମାଟ୍ରେ ଦଳକୁ ତୁମର ନିହାତି ଆବଶ୍ୟକ ବୋଲି ଲେଖିଛନ୍ତି । ଏହାସହ ଦୟାକରି ଟେଷ୍ଟରୁ ବିଦାୟ ନିଅନାହିଁ ବୋଲି ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଆସନ୍ତା ମାସରେ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ । ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଆଗାମୀ ସିରିଜ୍ ପୂର୍ବରୁ ନିୟମିତ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଫର୍ମାଟକୁ ଅଲବିଦା କହିସାରିଛନ୍ତି । ଏପରି ପରିସ୍ଥିତିରେ, ଯଦି ବିରାଟ କୋହଲି ମଧ୍ୟ ଟେଷ୍ଟ ଫର୍ମାଟରୁ ନିଜକୁ ଦୂରେଇ ରଖନ୍ତି, ତେବେ ଦଳ ପାଇଁ କାଠିକର ପାଠ ହେବ ବୋଲି କୁହାଯାଉଛି ।