ଆଜି ଫାଇନାଲ୍
ଭୁବନେଶ୍ୱର : ଓଡ଼ିଶା ପୁଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ଚାମ୍ପିଅନସିପ୍ ସୋମବାର ଖେଳାଯାଇଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଉତ୍ତର ପ୍ରଦେଶ ଓ ସିଆର୍ପିଏଫ୍ (ମହିଳା) ପୁଲିସ ମଧ୍ୟରେ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ସିଆର୍ପିଏଫ୍, ଉତ୍ତର ପ୍ରଦେଶ ମହିଳା ପୁଲିସ ଦଳକୁ ୧-୦ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ସେହିପରି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ଘରୋଇ ଓଡ଼ିଶା ଓ ଏସ୍ଏସ୍ବି (ମହିଳା) ପୁଲିସ ଦଳ ମଧ୍ୟରେ ଖେଳା ଯାଇଥିଲା । ଏହି ପ୍ରତିଦ୍ୱନ୍ଦୀତାମୂଳକ ମ୍ୟାଚ୍ରେ ଏସ୍ଏସ୍ବି, ଓଡ଼ିଶା ପୁଲିସ ଦଳକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଅପରାହ୍ନ ୪ଟାରେ ସିଆର୍ପିଏଫ୍ ଏବଂ ଏସ୍ଏସ୍ବି (ମହିଳା) ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
ଅନ୍ୟପଟେ ପଞ୍ଜାବ ଓ ଆଇଟିବିପି (ପୁରୁଷ) ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ରେ ପଞ୍ଜାବ, ଆଇଟିବିପି ଦଳକୁ ୭-୨ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଅନ୍ୟ ଏକ ସେମି ଫାଇନାଲ ମ୍ୟାଚ୍ ବିଏସ୍ଏଫ୍ ଏବଂ ସିଆର୍ପିଏଫ୍ (ପୁରୁଷ) ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ରେ ସିଆର୍ପିଏଫ୍ ଟିମ ବିଏସଏଫ ଦଳକୁ ୩-୧ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ସନ୍ଧ୍ୟା ୬ଟାରେ ପଞ୍ଜାବ ଏବଂ ସିଆର୍ପିଏଫ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
ଆଜିର ବିଭିନ୍ନ ମ୍ୟାଚ୍ ସମୟରେ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବହାଦୁର ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିଚାଳନା ନିଦେ୍ର୍ଦଶକ, ଇଡ୍କୋ ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଦୟାଲ ଗଙ୍ଗୱାର, ଯୁଗ୍ମ ନିଦେ୍ର୍ଦଶକ, ଆଇବି, ରାଜେଶ ସୁବର୍ଣ୍ଣ ଆଇଜିପି (ମହିଳା ଓ ଶିଶୁ ଅପରାଧ ଶାଖା) ଏସ୍ ସାଇନି, ଆଇଜିପି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉସôାହିତ କରିଥିଲେ ।