ଆଜି ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା

 ବଲାଙ୍ଗିର : ଭୁବନେଶ୍ୱର ସ୍ଥିତ ଉକôଳ କରାଟେ ସ୍କୁଲ ଠାରେ ୩୬ତମ ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତା ମଇ ୯ତାରିଖରୁ ଆରମ୍ବ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ  । ଏଥିରେ ବଲାଙ୍ଗୀର କରାଟେ ସ୍କୁଲରୁ ୧୯ଜଣ କରାଟେ ଖେଳାଳି ବିଭିନ୍ନ ବର୍ଗରେ ଭାଗନେବେ  । ଏନେଇ ରେଫେରୀ ଓ ଜଜ୍ ପାଇଁ ହୃଦୟ ଶବର ଓ ଚନ୍ଦ୍ରଶେଖର ସେଠ, ଡିମ୍ ମ୍ୟାନେଜର ରାଜେନ୍ଦ୍ର ବାଗ ଭୁବନେଶ୍ୱର ଗସ୍ତ କରିଛନ୍ତି । ଏହି ଚାମ୍ପିୟାନସିପ୍ରେ ଉନ୍ନିତ ହୋଇଥିବା ଖେଳାଳି ଆଗାମୀ ମାସରେ ଡେରାଡୁନ୍ଠାରେ ହେବାକୁ ଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ତଥା ସ୍କୁଲର ସମ୍ପାଦକ ସୂଚନା ଦେଇଛନ୍ତି  ।