ରାଜ୍ୟପାଳଙ୍କୁ ଭେଟିଲେ ପିଏଲ୍ ହରନାଦ୍

ପାରାଦୀପ :  ଓଡିଶାର  ନୂତନ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଡ.ହରିବାବୁ କୁମ୍ଭମ୍ପତିଙ୍କୁ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍ ହରନାଦ୍ ଓଡିଶାର ରାଜଭବନରେ ସୈାଜନ୍ୟମୂଳକ ସାକ୍ଷାତ କରିଛନ୍ତି । ମହାମହିମ ରାଜ୍ୟପାଳଙ୍କୁ  ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ୍ ଫୁଲତୋଡା ଦେଇ ସ୍ୱାଗତ କରିବା ଅବସରରେ  ପାରାଦୀପ ବନ୍ଦର ସମେତ ଓଡିଶାର ବିଭିନ୍ନ ବନ୍ଦରର ସ୍ଥିତି, ଅବସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ପାରାଦୀପ ବନ୍ଦର ପରିଦର୍ଶନରେ ଆସିବାକୁ ମହାମହିମ ରାଜ୍ୟପାଳ ଡ. ହରିବାବୁଙ୍କୁ ମଧ୍ୟ ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ୍ ନିମନ୍ତ୍ରଣ କରଥିବା ଜଣାପଡିଛି ।