ଆସାମୀ କୋର୍ଟ ଚାଲାଣ 

 ରାଜନଗର: ରାଜନଗର ବ୍ଲକ୍ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଜରିମୂଳ ଗ୍ରାମର ନଳିନୀକାନ୍ତ ନାୟକଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଚଳିତବର୍ଷ ଜୁନ୍ ୧୧ତାରିଖରେ ବାଉଁଶମୂଳ ପୋଲ ନିକଟରେ ରାଜନଗର ଗ୍ରାମ ରାଜକିଶୋର ଦାସଙ୍କ ପୁଅ ରଶ୍ମିକାନ୍ତ ଦାସଙ୍କୁ ଜରିମୂଳ ଗ୍ରାମର ରମେଶ ନାୟକଙ୍କ ପୁଅ ନଳିନୀକାନ୍ତ ନାୟକ ଭୂଜାଲୀରେ ଆକ୍ରମଣ କରିଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା । ରାଜକିଶୋର ସେଠାରୁ ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିସôା ହେବା ପରେ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ ହୋଇଥିଲେ । ନଳିନୀଙ୍କ ନାମରେ ୨୦୯/୨୪ରେ ମାମଲା ରୁଜୁ ହୋଇଥିଲା । ସେବେଠାରୁ ନଳିନୀ ଫେରାର ଥିଲେ । ତାଙ୍କ ନାମରେ ରାଜନଗର ଥାନାରେ ୱାରେଣ୍ଟ ଥିଲା । ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।