ଟିପିଏନଓଡ଼ିଏଲ ପକ୍ଷରୁ ଏପିଏସସିସି ଲୋକାର୍ପିତ
ଆନନ୍ଦପୁର : ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝରରେ ଆଞ୍ଚଳିକ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର(ଏପିଏସସିସି)ର ଲୋକାର୍ପଣ ହୋଇଛି । ଆୟୋଜିତ ଉତ୍ସବରେ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦ୍ୱିଜଦାସ ବସକ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସିଇଓ ଶ୍ରୀ ବସକ କହିଥିଲେ ଯେ ଆଧୁନିକ କ୍ଷମତାସମ୍ପର୍ଣ କଣ୍ଟ୍ରୋଲ ରୁମ ଟିପିଏନଓଡ଼ିଏଲ କେନ୍ଦୁଝର ସର୍କଲ ଅଧିନସ୍ଥ ସମସ୍ତ ଗ୍ରୀଡଗୁଡ଼ିକ ଉପରେ ନଜର ରଖିବା ସହ ଉପଭୋକ୍ତାଙ୍କୁ ନିରବଛିନ୍ନ ଓ ନିର୍ଭରଯୋଗ୍ୟ ବିଜୁଳି ସେବା ଯୋଗାଇବାରେ ଅଧିକ ସକ୍ଷମ ହେବ । ନିୟନ୍ତ୍ରଣ ପ୍ରକ୍ରିୟା ମଧ୍ୟ ଆହୁରି ସହଜ ହେବ । ସେ ଆହୁରି କହିଥିଲେ ଯେ, ବିଦୁ୍ୟତ ବିତରଣ ବ୍ୟବସ୍ଥାକୁ ଏବେ ଆଧୁନିକରଣ କରାଯାଉଛି । ଏହି ଏପିଏସସିସି ଦ୍ୱାରା ବୈଷୟିକ ତ୍ରୁଟି ସଜାଡିବା ପ୍ରକ୍ରିୟା ସହଜ ହେବା ସହ ସମସ୍ୟାକୁ ତ୍ୱରିତ ସମାଧାନ କରାଯାଇ ପାରିବ । ଏଥି ସହ ୧୧ କେଭିଏ ଓ ୩୩ କେଭିଏ ଗ୍ରୀଡରେ ଲାଗିଥିବା ଟ୍ରାନ୍ସଫର୍ମର ଗୁଡ଼ିକର ବୈଷୟିକ ତ୍ରୁଟିଗୁଡିକରେ ମଧ୍ୟ ଆଗୁଆ ସୁଧାର ଅଣାଯାଇ ପାରିବ ।