ଆଠମଲ୍ଲିକ କଲେଜର ବାର୍ଷିକୋତ୍ସବ

 ଆଠମଲ୍ଲିକ: ଆଠମଲ୍ଲିକ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଡ. ହଳଧର ନାଗ ଯୋଗଦାନ କରି ସମାଜରେ ଜଣେ ଭଲ ମଣିଷ ହୋଇ ଖ୍ୟାତି ଅର୍ଜନ କରିବା ପାଇଁ କେବଳ ଉଚ୍ଚ ଡିଗ୍ରୀ ପ୍ରମାଣପତ୍ରର ଆବଶ୍ୟକତା ପଡ଼ିନଥାଏ, ଏଥିପାଇଁ ଜଣେ ଚରିତ୍ରବାନ, ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ କର୍ତ୍ତବ୍ୟ ପରାୟଣର ଅଧିକାରୀ ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗ କବି ଜ୍ଞାନ ହୋତା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସନ୍ତୋଷ ହୋତା, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ଅତିଥିଗଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ବ୍ରଜଗୋପଲ୍ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । କଲେଜ ଅଧ୍ୟକ୍ଷ ଲକ୍ଷ୍ମୀଧର ମେହେର ବିବରଣୀ ପାଠ କରିଥିଲେ । ଅଧ୍ୟାପକ ଗୋପବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷ ହୋଇଥିଲା ।