ଆତ୍ମନିର୍ଭର ଭାରତ ସଂଙ୍କଳ୍ପ ଅଭିଯାନ
ସେବା ପକ୍ଷ ଅବସରରେ ସ୍ୱଦେଶୀ ଦ୍ରବ୍ୟକ୍ରୟ ଓ ଆତ୍ମ ନିର୍ଭରଶୀଳ ଭାରତ ଅନ୍ତର୍ଗତ ‘ଭୋକାଲ ଫର ଲୋକାଲ’ କାର୍ଯ୍ୟକ୍ରମ ବନ୍ତ ସାପ୍ତାହିକ ହାଟରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ବିଜେପି ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ ସଂଯୋଜନା କରିଥିଲେ । ନିଜ ଦେଶରେ ଉତ୍ପାଦିତ ହେଉଥିବା ସାମଗ୍ରୀର ବ୍ୟବହାର ବୃଦ୍ଧି ସହ କେନ୍ଦ୍ରର ମୋଦି ସରକାର ଜିଏସ୍ଟି ହ୍ରାସ କରି ସାଧରଣ ଲୋକଙ୍କୁ ପୂଜା ଭେଟି ଦେଇଥିବା କହିଥିଲେ । ଏଥିରେ ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା ଯୋଗଦେଇ କହିଲେ ଆଗାମୀ ଦିନରେ ଭାରତ ବର୍ଷ ସ୍ୱଦେଶୀ ଜାଗରଣ ପାଇଁ ନିଜ ଦେଶ ମାତୃକାର ଉତ୍ପାଦିତ ହେଇଥିବା ସାମଗ୍ରୀର ବ୍ୟବହାର କରିବା ସହ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ସ୍ୱାଭଲମ୍ବି ହୋଇ ଆତ୍ମନିର୍ଭରଶୀଳ ଭାରତ ଗଠନ ନେଇ ମାର୍ଗ ଦର୍ଶନ କରିଥିଲେ । ସେବାପକ୍ଷ ଜିଲ୍ଲା ସଂଯୋଜକ ତପନ ମହାନ୍ତି, ସହ ସଂଯୋଜକ କିଶୋର କିଙ୍କର ପଢିଆରୀ, ଜିଲ୍ଲା ବିଜେପି ଉପ ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ବରିଷ୍ଠ କର୍ମୀ କମଳାକାନ୍ତ ସାହୁ, ବନ୍ତ ମଣ୍ଡଳ ସଭାପତି ସନ୍ତୋଷ ନାୟକ, ମହତାବ ମଣ୍ଡଳ ସଭାପତି ଅମୂଲ୍ୟରନô ନନ୍ଦ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ. ପ୍ରମୋଦ ଜେନା, ତୋଡ଼ଗାଁ ସରପଞ୍ଚ ଇଂ. ମାନସ ପହି, ପୂର୍ବତନ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ ପ୍ରମୁଖ ଯୋଗଦେଇ ଆତ୍ମ ନିର୍ଭରଶୀଳ ଭାରତ ଗଠନ ପାଇଁ ବିଦେଶୀ ଦ୍ରବ୍ୟ ବର୍ଜନ କରି ସ୍ୱଦେଶୀ ଦ୍ରବ୍ୟ କ୍ରୟ ଏବଂ ଜିଏସଟି ହ୍ରାସ ପରେ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମକୁ ପୂର୍ବତନ ସମିତି ସଭ୍ୟ ବସନ୍ତ ନାୟକ, ପ୍ରବୀର ରାଉତ, ଅଶୋକ ପରିଡା, ସୁବାସ ପଣ୍ଡା, ପ୍ରତିମା ସାହୁ, ସାବିତ୍ରୀ ସାହୁ, ମନୋଜ ବେହେରା, ଚିନ୍ତାମଣି ମହାରଣା, ଗଦାଧର ବେହେରା ପ୍ରମୁଖ ସହଯୋଗ କରିଥିଲେ ।