ମା’ ମଙ୍ଗଳାଙ୍କ ରନôଗିରି ବିଜେ ନୀତି
କାକଟପୁର : କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ଚାଲିଛି ଶାରଦୀୟ ପାର୍ବଣର ଷୋଡଶ ଉପଚାର ପୂଜା । ଏଥିପାଇଁ ଦୈନିକ ମା’ ମଙ୍ଗଳାଙ୍କ ଅନନ୍ୟ ନୀତିକାନ୍ତି ସହିତ ଭିନ୍ନ ଭିନ୍ନ ବେଶ କରାଯାଉଛି । ଏହି ଶାରଦୀୟ ପାର୍ବଣ ପୂଜାରେ ମା’ ମଙ୍ଗଳାଙ୍କ ଏକ ଅନନ୍ୟ ପରମ୍ପରା ହେଉଛି ରନôଗିରି ବିଜେ ନୀତି । ରାଜ୍ୟରେ ଅନେକ ଶକ୍ତିପୀଠ ରହିଥିଲେ ମଧ୍ୟ କାକଟପୁରର ମା’ ମଙ୍ଗଳାଙ୍କ ପୀଠରେ ପାଳିତ ହେଉଥିବା ରନôଗିରି ବିଜେ ପରମ୍ପରା ଅନ୍ୟ କେଉଁ ଠାରେ ଦେଖିବାକୁ ମିଳେ ନାହିଁ ।ନବପତ୍ରିକା ଠାରୁ ମା’ ମଙ୍ଗଳାଙ୍କ ମନ୍ଦିରରେ ବିଳମ୍ବିତ ରାତିରେ ମଣି ବିମାନରେ ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ରନôଗିରି ବିଜେ କରିଥାନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁଯାଇ ମହିଷାସୁରକୁ ଠାବ କରିବା ପାଇଁ ମା’ଙ୍କର ଏହି ଯାତ୍ରା ହୋଇଥାଏ । ଏହି ସମୟରେ ଛତ୍ର, ଆଲଟ ଓ ଚାମର ସହିତ ଘଣ୍ଟ ଘଣ୍ଟା, ମହୁରି, କାହାଳି, ମାଦଳ ଆଦି ବିଭିନ୍ନ ବୀର ବାଦ୍ୟର ତାଳେ ତାଳେ ଦିହୁଡି ଆଲୋକରେ ମା’ ଙ୍କୁ ରନôଗିରି ବିଜେ କରାଯାଇଥାଏ । ସେଠାରେ ମା’ ଙ୍କର ଚଳନ୍ତି ପ୍ରତିମା ପହଞ୍ଚିବା ପରେ ଏକ ପଂକ୍ତି ଭୋଗ କରାଯାଇଥାଏ । ପଂକ୍ତି ଭୋଗ ନୀତି ସାରିବା ପରେ ମା’ ମହିଷାସୁରକୁ ଠାବ କରି ମନ୍ଦିରକୁ ବାହୁଡି ଆସନ୍ତି । ଏହି ସମୟରେ ଜଗମୋହନଠାରେ ମନ୍ଦିରରୁ ଦୂର୍ଗାଙ୍କୁ ଅଣାଯାଇ ମଙ୍ଗଳା ଏବଂ ଦୂର୍ଗାଙ୍କ ଭେଟ ହୋଇ ଏକ ଜଗତି ପୂଜା ହୋଇଥାଏ । ଏହାପରେ ମନ୍ଦିରକୁ ଦୂର୍ଗା ଏବଂ ମଙ୍ଗଳାଙ୍କ ଚଳନ୍ତି ପ୍ରତିମାଙ୍କୁ ନିଆଯାଇ ମନ୍ଦିର ବିଜେ ନୀତି ସମାପନ ହୋଇଥାଏ । ପରେ ଦ୍ୱାର ଫିଟାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୁଏ । ଏହି ନୀତିକୁ ମା’ ମଙ୍ଗଳାଙ୍କ ରନôଗିରି ବିଜେ ନୀତି ବୋଲି କୁହାଯାଏ ।