ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର
ବାଲିଚନ୍ଦ୍ରପୁର: ସାହାସପୁର ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ +୨ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମସୁନ୍ଦର ପଲାଇ ଶିବିରକୁ ଉଦ୍ଘାଟିତ କରିଥିବା ବେଳେ, ପ୍ରୋଗ୍ରାମ ଅଫିସର ନିଶିଥ୍ ସାମଲ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପିକା ଡ. ନିରୂପମା ବେଉରା, ଜ୍ୟୋତ୍ସ୍ନାରାଣୀ ସାହୁ, ପ୍ରାଧ୍ୟାପକ ବିଶ୍ୱତୋଷ ନାଏକ, ଆଶିଷ ମହାପାତ୍ର, କ୍ଷିତିଶ ଚନ୍ଦ୍ର ଲେଙ୍କା, ଅଧ୍ୟାପିକା ଲୋପାମୁଦ୍ରା ପଟ୍ଟନାୟକ, ହରପ୍ରିୟା ମଙ୍ଗରାଜ, ପିବିଏସ ପୃଷ୍ଟି, ସରୋଜ ନାଏକ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ପ୍ରଶିକ୍ଷିକା ସ୍ୱର୍ଣ୍ଣପ୍ରଭା ରାଉତ ଓ ଗୀତାଞ୍ଜଳି ପୃଷ୍ଟି, ଆତ୍ମରକ୍ଷା ବିଷୟରେ ପିଲାଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ସଂଗ୍ରାମ କେଶରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।
ସୁକିନ୍ଦା: କପିଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡ଼ୁବୁରୀରେ ମହିଳା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧଧ୍ୟକ୍ଷ ଯତୀନ କୁମାର ତ୍ରିପାଠୀ ଶିବିରକୁ ଉଦ୍ଘାଟିତ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ରବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ସଭାରେ ଅଧ୍ୟାପକ ବାଳିକା ମାନଙ୍କୁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ମାଷ୍ଟର ଟ୍ରେନର ରୂପସୀ ଲେଙ୍କା ଶିବିରର ଉଦେ୍ଦଶ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ମତ ଦେଇଥିଲେ । ମୋଟ ୮୨ଜଣ ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ।
ଆନନ୍ଦପୁର: ଶାଳବଣୀ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ ଛାତ୍ରୀଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି । ଅଧ୍ୟକ୍ଷ ପଦ୍ମନାଭ ମିଶ୍ରଙ୍କ ଅଧ୍ୟକ୍ଷତା, ସଂଯୋଜିକା ତପସ୍ୱିନୀ ଆଚାର୍ଯ୍ୟ ଓ ଗୋପବନ୍ଧୁ ଆପଟ ତଥା କଲେଜର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ଆତ୍ମାରକ୍ଷା ତାଲିମ ଶିବିର ଚାଲିବ । ମାଷ୍ଟର ଟ୍ରେନର ସିମାନ୍ତିନୀ ସାହୁ ଓ ବିଶ୍ୱବନ୍ଦିତା ନାୟକ ପ୍ରଥମ ବର୍ଷର ୧୦୮ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇ ଛାତ୍ରୀମାନେ କିପରି ଆତ୍ମରକ୍ଷା କରିପାରିବେ ସେନେଇ ବିଭିନ୍ନ ରଣ କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ ।
ବରୁଅାଁ : ଯାଜପୁର ବ୍ଲକ୍ ଅନ୍ତର୍ଗତ ସୁଜନପୁର ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟରେ ୮ଦିନିଆ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ସୀମନ୍ତଭାନୁ ଦାସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ସାମ୍ପ୍ରତିକ ସମାଜରେ ମହିଳାମାନେ ନିଜର ସୁରକ୍ଷା ଓ ଆତ୍ମରକ୍ଷା ପାଇଁ ପ୍ରଶିକ୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଦେବଯାନୀ ବଳ ପ୍ରଶିକ୍ଷଣ ନେଉଥିବା ଛାତ୍ରୀଙ୍କୁ ଏହାର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇବା ସହ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେଇଥିଲେ । ଅଧ୍ୟାପକ ବିଜୟ ଦାଶ, ଡ. ପ୍ରଭାତ ତ୍ରିପାଠୀ ଓ ତ୍ରିଲୋଚନ ପତିଙ୍କର ସହଯୋଗରେ ପରିଚାଳିତ କାର୍ଯକ୍ରମରେ ପ୍ରଶିକ୍ଷିକା ଶୁଚିସ୍ମିତା ବେହେରାଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।