ବଜାର ଜବରଦଖଲ ଉଚ୍ଛେଦ ପାଇଁ ଦାବିପତ୍ର
ାା ପ୍ରଭାନୁ୍ୟଜ ।ା ବାଙ୍କୀ,: ବ୍ୟବସାୟିକ ପେଣ୍ଠ ସ୍ଥଳୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ରଖିଥିବା ବାଙ୍କୀ ବ୍ଲକ କଳାପଥର ମୁଖ୍ୟ ବଜାର ଏବେ ଜବର ଦଖଲକାରୀଙ୍କ କବ୍ଜାରେ ରହିଛି । ଏହି ବଜାର କଟକ, ଖୋର୍ଦ୍ଧା, ନୟାଗଡ଼ ୩ ଜିଲ୍ଲାର ସଂଗମସ୍ଥଳୀ ଅଟେ । ତେବେ ମୁଖ୍ୟବଜାରର ରାସ୍ତା ପ୍ରଶସ୍ତିକରଣ ସାଙ୍ଗକୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ବାଙ୍କୀ ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତିଙ୍କୁ ସ୍ଥାନୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବାଙ୍କୀ ବୁଦ୍ଧିଜୀବୀ ପରିଷଦର ସଭାପତି ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କୃଷ୍ଣଚନ୍ଦ୍ର ମହାରଣା, ସନ୍ତୋଷ କୁମାର ବେହେରା,ସୁରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, କଳାପଥର ମୁଖ୍ୟବଜାର ଦେଇ ଶହଶହ ସଂଖ୍ୟାରେ ବସ୍, ଭାରିଯାନ ଯାତାୟତ ହେଉଛି । ୧୦ଟି ସ୍କୁଲ ଓ ୩ଗୋଟି କଲେଜର ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ୨୦ଟି ପଞ୍ଚାୟତର ଅଧିବାସୀଙ୍କର ଏହା ହେଉଛି ଏକମାତ୍ର ମୁଖ୍ୟବିକଳ୍ପ ରାସ୍ତା । ଅନ୍ୟ ପଟେ୧୦ଗୋଟି ଜିଲ୍ଲାକୁ ମଧ୍ୟ ଏହି କଳାପଥର ମୁଖ୍ୟବଜାର ଦେଇ ଯାତ୍ରୀବାହୀ ବସ୍ ଯାତାୟତ କରୁଛି । ଜବରଦଖଲକାରୀଙ୍କ ସହ ରାସ୍ତା ଉପରେ ଉଠା ଦୋକାନର ଆସର ଜମାଇବା ସହ ପ୍ରତ୍ୟେକ ଦିନ ଦୁର୍ଘଟଣା ହେଉଛି । ଜନସାଧାରଣଙ୍କ ସୁରକ୍ଷା ସହିତ ଦୁର୍ଘଟଣାକୁ ଏଡାଇବା ପାଇଁ ତୁରନ୍ତ ପ୍ରଶାସନିକସ୍ତରରେ ଜବରଦଖଲକାରୀଙ୍କୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରତିନିଧି ମଣ୍ଡଳ ଦାବି କରିଛନ୍ତି ।