ପର୍ବତାରୋହଣ ଶିବିର ଅନୁଷ୍ଠିତ
ସମ୍ବଲପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ବୁ୍ୟରୋର ପରିଚାଳନାରେ ରାଜ୍ୟ ଶିକ୍ଷା ବିଭାଗ ଅଧୀନସ୍ଥ ଜାତୀୟ ସେବା ଯୋଜନା କକ୍ଷର ପୁଷ୍ଠପୋଷକତା କ୍ରମେ ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡା ବ୍ଲକର ମହେନ୍ଦ୍ରଗିରି ପର୍ବତରେ ରାଜ୍ୟସ୍ତରୀୟ ପର୍ବତାରୋହଣ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ପ୍ରାୟ ସମସ୍ତ ବିଶ୍ୱବିଦ୍ୟାଳୟ ପରିସରଭୁକ୍ତ କଲେଜରେ ଏନ୍ଏସ୍ଏସ୍ ଭଲଣ୍ଟିୟର୍ମାନେ ଭାଗ ନେଇଥିଲେ । ଏହି ପ୍ରଶିକ୍ଷଣ ସମାବେଶରେ ସମ୍ବଲପୁର ବିଶ୍ୱବିଦ୍ୟଳୟ ଅଧିନସ୍ଥ ବିଭିନ୍ନମହାବିଦ୍ୟାଳୟର ଆଠ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ପର୍ବତାରୋହଣର ନିୟମାବଳୀ ଓ ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ପାଇଥିଲେ । ଏହି କ୍ରମରେ ନାକଟିଦେଉଳ ସ୍ନାତକ କଲେଜର +୩ ଛାତ୍ର ରାଜେଶ କୁମାର ନାୟକ ସଫଳତାର ସହିତ ପ୍ରଶିକ୍ଷିତ ହୋଇ ଫେରି ନିଜ ଅନୁଷ୍ଠାନରେ ପର୍ବତାରୋହଣର ବିଭିନ୍ନ ଦିଗ ଓ ଶିିବିରରେ ତାଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ । ରାଜେଶଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକଅଧ୍ୟାପିକା ବୃନ୍ଦ ଅଭିନନ୍ଦନ ଜଣାଇଥିଲେ ।