ମେଧାବୀ ପ୍ରତିଭା ସମ୍ମାନ 


ାା ପ୍ରଭାନୁ୍ୟଜ ।ା ନିଆଳି: ନିଆଳି ବ୍ଲକ୍ ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ଅର୍ନ୍ତଗତ ବଢିଆ ସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧିକ ମଣ୍ଡପ ପରିସରରେ ସ୍ୱେଚ୍ଛାସେବୀ ସଂଗଠନ ଛାତ୍ର ଯୁବ ବିକାଶ ପରିଷଦ (ସିଭିପି) ପକ୍ଷରୁ ୧୫ତମ ବାର୍ଷିକ ମେଧାବୀ ପ୍ରତିଭା ସମ୍ମାନ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ପରିଷରଦ ମୁଖ୍ୟ ଉପଦେଷ୍ଠା ଆଡ୍ଭୋକେଟ୍ ସରୋଜ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଦ୍ଘାଟକ ଭାବେ ବିଶିଷ୍ଟ ପ୍ରବଚକ ସନ୍ନ୍ୟାସୀ ପଣ୍ଡା, ମୁଖ୍ୟ ଅତିଥି ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ମୁଖ୍ୟବକ୍ତା ତଥା ବଡ ଖବରର ମୁଖ୍ୟ ପରିଚାଳକ ଅଦେ୍ର୍ଧନ୍ଦୁ ଦାଶ ଓ ସମ୍ମାନିତ ଅତିଥି ଭାବେ ସାହିତି୍ୟକ ଅକ୍ଷୟ ମହାନ୍ତି ଏବଂ ଯୁବ ଉଦ୍ୟୋଗପତି ପରମାନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାମଞ୍ଚକୁ ଉଦ୍ଘାଟକ କରିଥିଲେ । ବରେଣ୍ୟ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ମେଧାବୀ ଛାତ୍ରଟି କେବଳ ନିଜର କ୍ୟାରିୟର୍ ସମ୍ପର୍କରେ ଚିନ୍ତା ନ କରି ନିଜ ମା, ମାଟି ଓ ସମାଜ ପାଇଁ ଥିବା କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସିଭିପି କାର୍ଯ୍ୟକର୍ତ୍ତା ସ୍ମୀତା ବସ୍ତିଆ ଅତିଥି ପରିଚୟ, ସଭାପତି ଡ଼ଃ. ପୀତାମ୍ବର ସାହୁ ସ୍ୱାଗତ ବକ୍ତବ୍ୟ ଓ କାର୍ଯ୍ୟକାରୀ ସମ୍ପାଦକ ଉମେଶ ଚନ୍ଦ୍ର ପାଢୀ ବାର୍ଷୀକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ନିଆଳି ନିର୍ବାଚନ ମଣ୍ଡଳୀର ୪୮ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ତତ୍ସହିତ ସମାଜରେ ୧୨ ଜଣ ପ୍ରତିଭା ସମ୍ମାନ ବ୍ୟକ୍ତିବିଶେଷଙ୍କୁ ତି୍ରଲୋଚନ କାନୁନ୍ଗୋ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶିଶୁ ମନ୍ଦିର କୃଷ୍ଣ ଗୁରୁଜୀ ଓ ଚିନ୍ମୟୀ ଗୁରୁମାଙ୍କ ନେତୃତ୍ୱରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସରସ୍ୱତୀ ବନ୍ଦନା ଓ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ଶିକ୍ଷାବିତ୍ ଦିଲ୍ଲୀପ ମହାନ୍ତି ଧନ୍ୟବାଦ ଦେଇଥିଲେ । ଶିବରାମ ଖୁଣ୍ଟିଆ,ସୂର୍ଯ୍ୟକାନ୍ତ ଦାଶ, ବିଶ୍ୱଜିତ୍ ପୁହାଣ, ପ୍ରଣୟ ସ୍ୱାଇଁ, ସାଗର କୁମାର ଗୁରୁ, ପ୍ରଣୟ ପଟ୍ଟନାୟକ, ଶଙ୍କର ସ୍ୱାଇଁ ଓ ବିଶ୍ୱନାଥ ମହାପାତ୍ର ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ ।