ଆତ୍ମରକ୍ଷା ଶିବିର 

କେନ୍ଦ୍ରାପଡା: କେନ୍ଦ୍ରାପଡା ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମରକ୍ଷା ଶିବିର ଅଧ୍ୟକ୍ଷା ପଦ୍ମାଳୟା ଦାଶଙ୍କ ପୌରହିତ୍ୟରେ ଉଦ୍ୟାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟାପିକା ରାଜଶ୍ରୀ ମହାନ୍ତି ମୁଖ୍ୟ ଅତିଥି, ଅଧ୍ୟାପକ ଦୁତିଦୁଲାର ରାଉତ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁରେନ୍ଦ୍ର କୁମାର ବାରିକ ଯୋଗ ଦେଇ ବାଳିକା ଆତ୍ମରକ୍ଷା ତାଲିମ ଶିବିରର ଲକ୍ଷ୍ୟ ଉପସ୍ଥାପନ କରିଥିଲେ । ପ୍ରଶିକ୍ଷିକା ଭାବେ ମେନାଲିସା ନନ୍ଦ ଓ ଆଦ୍ୟାଶା ଲେଙ୍କା ତାଲିମ ବିଷୟରେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ସଂଯୋଜିକା ଅଧ୍ୟାପିକା ରାଜସ୍ୱୟା ମିଶ୍ର ସପ୍ତାହ ବ୍ୟାପି ଚାଲିଥିବା ଏହି ତାଲିମ ଦ୍ୱାରା ଛାତ୍ରୀମାନେ କିପରି ଆତ୍ମରକ୍ଷା କରିପାରିବେ ତାହା ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୀନାକ୍ଷୀ ଲେଙ୍କା, ଦିପକ କୁମାର ମିଶ୍ର, ମମତା ମରୀ ମହାନ୍ତି, ପ୍ରତିମା ପୁହାଣ, ମନୋଜ କୁମାର ବାରିକ, ସଂଜୟ କୁମାର ହୋତା, ଗାୟତ୍ରୀ ଦାସ, ସମୀର ରଞ୍ଜନ ବାରିକ ଅଧ୍ୟାପକ, ଅଧ୍ୟାପିକା ସହଯୋଗ କରିଥିବା ବେଳେ ସୁବାଷ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।