ବରପୁତ୍ରଙ୍କ ସ୍ମୃତିଚାରଣ ଓ କବି ସମ୍ମିଳନୀ

 କେନ୍ଦ୍ରାପଡା: ‘ଓଡିଆ ପକ୍ଷ’ର ଦ୍ୱାଦଶ ଦିବସରେ ‘ଓଡିଶାର ବନ୍ଦନୀୟ ବରପୁତ୍ରମାନଙ୍କ ସ୍ମୃତିଚାରଣ ସଭା ଏବଂ କବି ସମ୍ମିଳନୀ’ କେନ୍ଦ୍ରାପଡା ପୌରପାଳିକା ଟାଉନ ହଲ୍ରେ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିÿଶାର ବରପୁତ୍ରଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବରପୁତ୍ରଙ୍କ ତ୍ୟାଗ, ବଳିଦାନ, ବୀରତ୍ୱ ଓ ସହସିକତା ଉପରେ ଆଲୋକପାତ କରିବା ନିମନ୍ତେ ଓଡିÿଶା ସାହିତ୍ୟ ଏକାଡେମୀ ନିଦେ୍ର୍ଦଶକ୍ରମେ ୧୦ ଜଣ ବକ୍ତା ଅଭିଭାଷଣ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଓ କବୟିତ୍ରୀଙ୍କ ଦ୍ୱାରା "କବି ସମ୍ମିଳନୀ’ କରାଯାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୪୦ରୁ ଊର୍ଦ୍ଧ୍ୱ କବି/କବୟିତ୍ରୀ ଯୋଗଦେଇ ବରପୁତ୍ରଙ୍କ ସମ୍ପର୍କରେ କବିତା ଆବୃତ୍ତି କରିଥିଲେ । ସମାରୋହରେ ଯୋଗ ଦେଇଥିବା ସମସ୍ତ ବକ୍ତା, କବି ଓ କବୟିତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ମଞ୍ଚ ପରିଚାଳନା କରିଥିବା ବେଳେ, କର୍ମଚାରୀ ସମାରୋହକୁ ସଂଚାଳନ କରିବାରେ ସାହାର୍ଯ୍ୟ କରିଥିଲେ ।