ଆତ୍ମା କମିଟି ଗଠନକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଟଣା ଓଟରା

।ା  ସାଲେପୁର:  ସାଲେପୁର ବ୍ଲକ୍ ଆତ୍ମା କମିଟି ଗଠନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଟଣା ଓଟରା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଆତ୍ମା କମିଟିର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇଗୋଷ୍ଠୀ ମଧ୍ୟରେ ଟଣାଓଟରା ପାଇଁ ସଭାପତି ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । 
ପ୍ରକାଶ ଯେ, ସାଲେପୁର କୃଷି ବିଭାଗ ପକ୍ଷରୁ ସାଲେପୁର ବ୍ଲକ୍ରେ ଆତ୍ମା କମିଟି ଗଠନ ପାଇଁ ସଦସ୍ୟ ଚୟନ କରାଯାଇଥିଲା । କିନ୍ତୁ ଏହି ସଦସ୍ୟ ଚୟନରେ ଅନିୟମିତତା କରାଯାଇଥିବା ଅଭିଯୋଗ କରି ପୂର୍ବତନ ଆତ୍ମା ସଭାପତି ଦିଲ୍ଲୀପ ଦାଶଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ଓ ଚାଷୀମାନେ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ସାଲେପୁର କୃଷି ଅଧିକାରୀ ସେଠାରେ ପହଞ୍ଚô ଆନେ୍ଦାଳନକାରୀଙ୍କ ନିକଟରେ ପହଞ୍ଚô ସେମାନଙ୍କୁ ବୁଝାସୁଝା କରିବା ସହ ଅନିୟମିତତା ଅଭିଯୋଗର ତଦନ୍ତ କରାଯାଇ ୪ତାରିଖ ଦିନ କମିଟିର ସଭାପତି ନିର୍ବାଚନ କରିବାପାଇଁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଆଜି କୌଣସି କାରଣରୁ ଆତ୍ମା କମିଟିର ସଭାପତି ନିର୍ବାଚନ ସ୍ଥଗିତ ରଖାଯିବାରୁ ଅନ୍ୟ ଏକ ଗୋଷ୍ଠୀର ପ୍ରାୟ ୧୭ରୁ ଉଦ୍ଧ୍ୱର୍ ସଦସ୍ୟମାନେ ସାଲେପୁର କୃଷି କାର୍ଯ୍ୟାଳୟରେ ରାଜନୈତିକ ଚାପରେ ଆଜି ଅନୁଷ୍ଠିତ ହେବାକୁ ଥିବା  ଆତ୍ମା ସଭାପତି ନିର୍ବାଚନକୁ କୃଷିବିଭାଗ ଜାଣିଶୁଣି ମିଛ ଆଳ ଦେଖାଇ ସ୍ଥଗିତ ରଖିଛି ବୋଲି ହୋହଲ୍ଲା କରବା ସହ ବ୍ଲକ୍ କୃଷି ଅଧିକାରୀଙ୍କୁ ଘେରାଓ କରିଥିଲେ । ବ୍ଲକ୍ କୃଷି ଅଧିକାରୀ ଉତ୍ୟକ୍ତ ସଦସ୍ୟମାନଙ୍କୁ ବୁଝାସୁଝା କରିବା ସହ ଆତ୍ମା କମିଟି ଗଠନ ସରକାରଙ୍କ ନିୟମ ଅନୁଯାୟୀ ହୋଇଛି, କୌଣସି କାରଣରୁ ଆଜି ସଭାପତି ନିର୍ବାଚନକୁ ବନ୍ଦ କରାଯାଇଥିବାବେଳେ ଦିନେ ଦୁଇଦିନ ମଧ୍ୟରେ ନିୟମ ଅନୁଯାୟୀ ବ୍ଲକ୍ ଆତ୍ମା କମିଟି ସଭାପତି ନିର୍ବାଚନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଆନେ୍ଦାଳନକାରୀ ସଦସ୍ୟମାନେ ଶାନ୍ତ ପଡିଥିଲେ । ଆନେ୍ଦାଳନକାରୀମାନଙ୍କ ମଧ୍ୟରେ ସଭ୍ୟ କୁଂଜମୋହନ ସେଠୀ, ଶୁକଦେବ ଲେଙ୍କା, ଲକ୍ଷ୍ମୀପ୍ରିୟା ନନ୍ଦୀ, ବିକ୍ରମ କେଶରୀବଳ, ବଳରାମ ଦାସ, ମେନକା ଜେନା, ବିବେକାନନ୍ଦ ଜେନା, ରମେଶ ଚନ୍ଦ୍ର ନାୟକଙ୍କ ସମେତ ଶିବ କୁମାର ଜେନା, ସତ୍ୟବାଦୀ ଚଇନି, ଯଶୋବନ୍ତ ରାଉତ, ହରେକୃଷ୍ଣ ରାଉତ, ସତ୍ୟଶିବସୁନ୍ଦର କର, ଦିଲ୍ଲୀପ ରାଉତ, ପ୍ରିୟରଂଜନ ମହାପାତ୍ରଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ ।