ଆଦିବାସୀ ଖାଉଛନ୍ତି ଗୋମାଂସ!
ମୟୂରଭଞ୍ଜ/ସାରସକଣା : ସରକାର ବଦଳିଛି । ଜୟ ଶ୍ରୀରାମ ନାରା ସହିତ, ଗୋମାତକୁ ସୁରକ୍ଷା ଦେବା କଥା କେବଳ ସାମାଜିକ ଗଣମାଧ୍ୟମ ଲେଖା ଭିତରେ ସୀମିତ ରହୁଛି । ନା କୌଣସି ସଙ୍ଗଠନ ସାମ୍ନାକୁ ଆସୁଛନ୍ତି ନା ପ୍ରଶାସନ ଏଥିପ୍ରତି ତତ୍ପର ଅଛି । କିନ୍ତୁ ଏହାରି ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀମାନେ ଗୋମାଂସ ଭକ୍ଷଣ କରୁଛନ୍ତି ବୋଲି ଅଶୋଭନୀୟ ଅଭିଯୋଗ ଆସିଛି ।
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାଙ୍କିଶୋଳ ନିକଟ ମଙ୍ଗଳସାହିର ଏକ ଜଙ୍ଗଲିଆ ନିର୍ଜନ ସ୍ଥାନରେ ଗୋଟିଏ ଗୋରୁକୁ ହତ୍ୟା କରି ମାଂସ ଭାଗ ବଣ୍ଟା କରାଯାଉଥିବା ଜଣାପଡ଼ିଥିଲା । ଖବର ପାଇ ଝାରପୋଖରୀଆ ପୁଲିସ ସେଠାରେ ଅତର୍କିତ ଚଢ଼ାଉ କରି ସେଠାରୁ ଗୋମାଂସ ବିତରଣ ଅଭିଯୋଗରେ ୪ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଏହାସହ ଘଟଣାସ୍ଥଳରୁ କୁରାଢ଼ୀ ଓ ପନିକୀଜବତ କରାଯାଇଛି । ଜବତ କରିଥିବା ପୁଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଙ୍କିଶୋଳର ଠେଲା ମୁର୍ମୁ (୬୫), ସାବନ ମୁର୍ମୁ (୩୫), କରୁଣାଶୋଳର ସାମୁ ସୋରେନ (୫୦) ଓ ସୁନାମୁହିଁର କୁସେଲ କିସ୍କୁ (୩୭) । ତେବେ ମୃତ ଗାଈଟି କାହାର ଜଣା ପଡ଼ିନଥିବା ବେଳେ ପୁଲିସ୍ କେସ୍ ନଂ ୧୩୫ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ ପାଇଁ ପ୍ରସ୍ତୁତି ଚଳାଇଛି । ସୂଚନାଯେ, ପୂର୍ବରୁ ମଧ୍ୟ ସାରସକଣାର ବିଭିନ୍ନସ୍ଥାନରେ ଗୋ ହତ୍ୟା ଏବଂ ଗୋ ମାଂସ ଚାଲାଣ ନଜିର ରହିଛି ।