ମା’ ତାରିଣୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ ଉପମୁଖ୍ୟମନ୍ତ୍ରୀ

ମା’ ତାରିଣୀଙ୍କୁ ଦର୍ଶନ କରି  ପୂଜାର୍ଚ୍ଚନା କଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦୁଝର :  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଦିନିକିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପରିଡ଼ା ସଡ଼କ ପଥରେ ଆସି ଘଟଗାଁରେ ପହଞ୍ଚି ଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ମା’ ତାରିଣୀଙ୍କ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମା’ଙ୍କ ଦର୍ଶନ ସାରି ଉପମୁଖ୍ୟମନ୍ତ୍ରୀ କିଛି ସମୟ ବିଶ୍ରାମ ନେଇ ପରେ ସଦର ବ୍ଲକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗ୍ରାମ ରାଇକଳାର କରଞ୍ଜିଆପଡା ଅଭିମୁଖେ ବାହାରି ଥିଲେ। ସେଠାରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ପୁଣି ସେଠାରୁ ଫେରି ସନ୍ଧ୍ୟାରେ କେନ୍ଦୁଝର ସର୍କିଟ ହାଉସ ଆସିବାର କାର୍ଯ୍ୟକ୍ରମ ରହିଛି। ପରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।