ବିଭିନ୍ନ ସ୍ଥାନରେ ବୋଲବମ ଭକ୍ତଙ୍କ ଜଳାଭିଷେକ 

 ପଟ୍ଟାମୁଣ୍ଡାଇ  : ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ  ମିଳିଛି ଓ ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୋଲବମ ଭକ୍ତଙ୍କ ଶୋଭାଯାତ୍ରା ଚାଲିଥାଏ ଓ ବୋଲବମ ଭକ୍ତମାନେ ଶୁଦ୍ଧପୁତ ଭାବେ ନୂତନ ଗେରୁଆ ବସ୍ତ୍ର ପରିଧାନ କରିବା ସହିତ କାନ୍ଧରେ ପାଣି ଭରା କଳସୀ ଧରି ଶୋଭାଯାତ୍ରାରେ ବିଭିନ୍ନ ଶୈବ ପୀଠକୁ ଯାତ୍ରା କରିଥାନ୍ତି ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୋଲବମ ଭକ୍ତଙ୍କ ଶୋଭାଯାତ୍ରା ଓ ବିଭିନ୍ନ ଶୈବ ପୀଠରେ ଜଳଓବିଷେକ କରି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରି ମାନସିକ ପୂରଣ କରିଥାନ୍ତି ଓ ଭଦ୍ରକ ଜିଲ୍ଲା ଆରଡ଼ି ଠାରେ ଥିବା ଆଖଣ୍ଡଳମଣି ମନ୍ଦିରରେ ଜଳାଭିଷେକ ପାଇଁ ବୋଲବମ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗିରହିଛି ଓକେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ତଥା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରସିଦ୍ଧ ଶୈବ ପୀଠ ହରପାର୍ବତୀ ମନ୍ଦିରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ଓ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ,ଆଳି, ରାଜନଗର, ରାଜକନିକା, କେନ୍ଦ୍ରାପଡ଼ା, ମହାକାଳପଡା ବ୍ଲକ ଅଂଚଳ ଶହ ଶହ ବୋଲବମ ଭକ୍ତ ପ୍ରଭୁ ହରପାର୍ବତୀ ନିକଟରେ ଜଳାଭିଷେକ ପାଇଁ ଭିଡ଼ ଲଗାଇ ଥିବା ଦେଖିବାକୁ ମିଳିଛି ଓ ମନ୍ଦିର ମୁଖ୍ୟପୂଜକ କାଉନସିଲର ମୃତୁ୍ୟଞ୍ଜୟ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଅଂଚଳର ପୁରୁଷ ମହିଳା, ଯୁବକ ଯୁବତୀ ଓ ପିଲାମାନେ ସାମିଲ ହୋଇ ହରପାର୍ବତୀଙ୍କ ନିକଟରେ ଜଳାଭିଷେକ କରିଥିଲେ  । ସେହିପରି ବନ୍ଧପଡା ରେ ଥିବା ରାମେଶ୍ୱର ମହାଦେବ , ବେଳତଳ  ବେଳେଶ୍ୱର ମହାଦେବଙ୍କ ପୀଠରେ ବୋଲବମ ଭକ୍ତମାନଙ୍କ ଜଳାଭିଷେକ କରିଛନ୍ତି  । 
ପୁରୀ : ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ବୋଲବମ୍ ବା କାଉଡ଼ିଆ ଭକ୍ତମାନେ ଶ୍ରୀକ୍ଷେତ୍ରର ବିଭିନ୍ନ ଶୈବ ପୀଠରେ ଜଳଲାଗି କରିବା ସହ ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି । ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲୋକନାଥଙ୍କ ମନ୍ଦିରରେ ଦ୍ୱିତୀୟ ସୋମବାରରେ ଜଳଲାଗି କରିଥିଲେ ବିଭିନ୍ନ ଅଞ୍ଚଳରୁ ଜଳ ଭାର ଧରି ଆସିଥିବା ଲକ୍ଷାଧିକ ବୋଲବମ୍ ଭକ୍ତ । ରାତ୍ର ୧୨ଟା ପର ଠାରୁ  ଶ୍ରୀଲୋକନାଥଙ୍କ ମନ୍ଦିରକୁ ଯାଇ ଜଳଲାଗି କରିଥିଲେ । ଆଜି ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଭକ୍ତମାନେ ଜଳଲାଗି କରିଥିଲେ । ସମଗ୍ର ବଡ଼ଦାଣ୍ଡରେ ବୋଲବମ୍ ଭକ୍ତଙ୍କ ସମାଗମରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ବୋଲବମ୍ ହରହର ବମ୍, ଭୋଲା ବାବା ପାର୍ କରେଗା ଆଦି ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା । ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଅନୁକୂଳ ପାଗଯୋଗୁଁ କାଉଡ଼ିଆମାନେଏକ ଲୟରେ ଛଟିଥିଲେ ଲୋକନାଥ ମନ୍ଦିର ଅଭିମୁଖେ । ବିଭିନ୍ନ ଜଳାଶୟରୁ ପବିତ୍ର ଜଳ ନେଇ ଆସିଥିବା କାଉଡ଼ିଆମାନେ ଶ୍ରୀ ଲୋକନାଥଙ୍କ ମନ୍ଦିର ସହ ଅନ୍ୟାନ୍ୟ ଶିବ ମନ୍ଦିରରେ ମଧ୍ୟ ଜଳ ଲାଗି କରିଥିଲେ । ଶୃଙ୍ଖଳିତ ଭାବେ ଜଳାଭିଷେକ ପାଇଁ ମନ୍ଦିର ଭିତରେ ଓ ବାହାରେ ବାରିକେଡ଼ ନିର୍ମାଣ କରାଯାଇଥିଲା । ବାହୁଙ୍ଗୀ ଝୁଲାଇବା ପାଇଁ ବାଉଁଶ ବନ୍ଧାଯାଇ ବ୍ୟବସ୍ଥା କରାଯାଇଥିଲା । ଜଳଭାର ଧରି କାଉଡ଼ିଆମାନେ ବାରିକେଡ଼ ଦେଇ ଧାଡ଼ିରେ ମନ୍ଦିରରେ ପ୍ରବେଶ କରିଥିଲେ ।