ଆଦିବାସୀ ନବବର୍ଷ ପାଳିତ
ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ କାଦୁଆଣୀ ଗ୍ରାମରେ ଅଲଚିକି ଭାଷାର ଶତବାର୍ଷିକୀ ପୂର୍ତ୍ତି ଏବଂ ଆଦିବାସୀ ନବବର୍ଷ ମାଘ ମୁଲୁଃ ପାଳିତ ହୋଇଯାଇଛି । ଆଦିବାସୀୟମାନଙ୍କ ସଂସ୍କୃତି, ସାର୍ନା ଧର୍ମ, ଅଲଚିକି ଲିପିକୁ ସଂରକ୍ଷଣ, ପ୍ରଚାର୍ ପ୍ରସାର ଦିଗରେ ସାମୂହିକ ପ୍ରୟାସ ଜରୁରୀ, ଆଦିବାସୀ ସଂପ୍ରଦାୟଙ୍କୁ ଏକଜୁଟ କରି ଭାଇଚାରା ସୃଷ୍ଟି କରିବା ନବବର୍ଷ ପାଳନର ମୁଖ୍ୟ ଉଦେ୍ଦଶ୍ୟ ବୋଲି ଗାଁ ମୁରବୀ ଦୁର୍ଗା ଚରଣ ମୁର୍ମୁ ପ୍ରକାଶ କରିଥିଲେ । ଆଦିବାସୀମାନେ ସାମାଜିକ, ଶିକ୍ଷା କ୍ଷେତ୍ରରେ ସାମ୍ବିଧାନିକ ଅଧିକାର ହାସଲ କରିବା ପାଇଁ ଗାଁ ଗୁଡିକରେ ମାଝୀ ପାରଗାନା ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉପରେ ସାମୂହିକ ମତ ପ୍ରକାଶ ପାଇଥିଲା । ଅବସରରେ ଗ୍ରାମବାସୀ ଏକତ୍ରିତ ହୋଇ ଭୋଜିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଗାଁ ମାଝୀ ବାବା ଲୁଗୁ ମାର୍ଣ୍ଡି, ମାର୍ଶାଲ ମାର୍ଣ୍ଡି, କରୁଣା ସାଗର ମାର୍ଣ୍ଡି, ରାମେଶ୍ୱର ସୋରେନ ପ୍ରମୁଖ ପରିଚାଳନା କରିଥିଲେ ।