ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତକୁ ୩ମାସ ଜେଲ

 ବ୍ୟାସନଗର : ଚେକ ବାଉନ୍ସ ମାମଲାରେ ଯାଜପୁର ରୋଡ଼ ମାନ୍ୟବର ଜେଏମଏଫସି ଅଭିଯୁକ୍ତକୁ ୩ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ଖବର ମତେ ଚୋଳାମଣ୍ଡଳ ଇନଭେଷ୍ଟମେଣ୍ଟଆଣ୍ଡ୍ ଫାଇନାନ୍ସିଆଲ୍ କମ୍ପାନୀ ଲିମିଟେଡ ଯାଜପୁର ରୋଡ ଶାଖାରୁ କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ମଛାଳୋ ଗ୍ରାମର ଆନନ୍ଦ ନାଥଙ୍କ ପୁଅ ପଦ୍ମ ଲୋଚନ ଏକ ଟ୍ରାକ୍ଟର ଗାଡି ଲୋନ୍ ନେଇ ୨୮୧୪୦୦ ଟଙ୍କା ପୈଠ କରିନଥିଲେ । ସେଥିପାଇଁ ଚୋଳା ଫାଇନାନ୍ସ କମ୍ପାନୀ ତରଫରୁ ଯାଜପୁର ରୋଡ ମାନ୍ୟବର ଜେଏମଏଫସି ପ୍ରିୟଦର୍ଶନୀ କୁମ୍ଭାରଙ୍କ କୋର୍ଟରେ ଏକ ଚେକ ବାଉନ୍ସ ମାମଲା କରାଯାଇଥିଲା । ଯାହାକୁ ବିଚାର କରି ତାଙ୍କୁ ୩ଲକ୍ଷ ୫୦ହଜାର ଟଙ୍କା କ୍ଷତିପୂରଣ ସହ ୩ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଆଉ ଅଧିକ ୧୫ ଦିନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଚୋଳାମଣ୍ଡଳ ଇନଭେଷ୍ଟମେଂଟ ଆଣ୍ଡ୍ ଫାଇନାନ୍ସିଆଲ୍ କମ୍ପାନୀ ତରଫରୁ ସୁବାଷ ଚନ୍ଦ୍ର ନନ୍ଦ ଓ ଆସୋସିଏଟର ଆଡଭୋକେଟ୍ ଚନ୍ଦ୍ରକାନ୍ତ ଖଣ୍ଡାଇ, ଦେବାଶିଷ ପଣ୍ଡା, ସନ୍ତୋଷ ଆଚାର୍ଯ୍ୟ,  ମାମଲା ପରିଚାଳନା କରୁଥିଲେ ।