ଆଦି କର୍ମଯୋଗୀ ଅଭିଯାନର ଆବାସିକ କାର୍ଯ୍ୟକ୍ରମ

ନବରଙ୍ଗପୁର : ଆଦିବାସୀ ଅଞ୍ଚଳରେ ଶେଷ ସୀମା ପର୍ଯ୍ୟନ୍ତ ସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଏକ ଉତ୍ତରଦାୟୀ ଶାସନ ସ୍ଥାପନ କରିବା ନିମନ୍ତେ ଆଦି କର୍ମଯୋଗୀ ଅଭିଯାନ ଅଧିନରେ ତ୍ରି ଦିବସିୟ ଆବାସିକ ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଳା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଏବଂ ପ୍ରକଲ୍ପ ପ୍ରଶାସକ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ରାଜୀବ ଲୋଚନ ସାହୁ ଯୋଗ ଦେଇ କର୍ମଶାଳା ଶୁଭାରମ୍ଭ କରିଥିଲେ । ଏହି ପ୍ରୟୋଗଶାଳାରେ ୧୦ ବ୍ଲକରୁ ବିଭିନ୍ନ ବିଭାଗରୁ ସର୍ବମୋଟ ୫୮ ଜଣ ଆଦି କର୍ମଯୋଗୀଙ୍କୁ  ଜିଲ୍ଲାସ୍ତରୀୟ  ପ୍ରମୁଖ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ବ୍ଲକସ୍ତରୀୟ ପ୍ରମୁଖ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଗଲା ।      ତୃଣମୂଳସ୍ତରରେ ଶାସନ ବ୍ୟବସ୍ଥାକୁ ଉତ୍ତରଦାୟୀ କରିବା ପାଇଁ ଏକ ଅନ୍ତନିବାସୀ, ଦୀର୍ଘ ସ୍ଥାୟୀ ବିକାଶ କୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାର ୫୩୬ ଆଦିବାସୀ ଗ୍ରାମର ପ୍ରାୟ ୨ ଲକ୍ଷ ଆଦିବାସୀ ପରିବାର ଏବଂ ପ୍ରାୟ ୭ ଲକ୍ଷ ଆଦିବାସୀ ନାଗରିକଙ୍କ ପାଖରେ ସମସ୍ତ  ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା ପହଞ୍ଚାଇବାର ପ୍ରତିବଦ୍ଧତା ସହ ଏହି ପ୍ରୟୋଗଶାଳାର ଲକ୍ଷ୍ୟ ରଖାଯାଇଛି ।