ଆଧ୍ୟାତ୍ମିକ ପୁସ୍ତକ "ଜୀବନ ଅମୃତ ଅନୁଚିନ୍ତା’ ଉନ୍ମୋଚିତ
ାା ପ୍ରଭାନୁ୍ୟଜ । । ଭୁବନେଶ୍ୱର : ବିଶିଷ୍ଟ ଆଧ୍ୟାତ୍ମିକ ଲେଖକ ଡ. ପ୍ରଦୀପ ଚୌଧୁରୀଙ୍କ ପୁସ୍ତକ "ଜୀବନ ଅମୃତ ଅନୁଚିନ୍ତା’ ରବୀନ୍ଦ୍ର ମଣ୍ଡପ ଠାରେ ସାଂସ୍କୃତିକ ଅନୁଷ୍ଠାନ ‘ଚିନ୍ତା ଓ ଚେତନା' ଦ୍ୱାରା ଆୟୋଜିତ ‘ବର୍ଷା' କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜୀବନର ମୂଲ୍ୟବାନ ୫୫୪ଟି ଅନୁଚିନ୍ତାକୁ ନେଇ ଲେଖକ ଶ୍ରୀ ଚୌଧୁରୀ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏକ ଦ୍ୱିଭାଷୀ ପୁସ୍ତକ "ଜୀବନ ଅମୃତ ଅନୁଚିନ୍ତା - ୨’ ରଚନା କରିଥିଲେ । ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମକୁ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ରାମ ନାରାୟଣ ଦାସ ମହାରାଜ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟଅତିଥି ରାଜ୍ୟପାଳ ରଘୁବର ଦାସ, ବିଶିଷ୍ଟ ଅତିଥି ବାଚସ୍ପତି ସୁରମା ପାଢ଼ୀ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ ପୁସ୍ତକର ଜୀବନ ସହିତ ରହିଥିବା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପ୍ରାକ୍ତନ ଶାସନ ସଚିବ ସହଦେବ ସାହୁ ଓ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଓ ‘ଚିନ୍ତା ଓ ଚେତନା' ଅନୁଷ୍ଠାନର ମହାସଚିବ ସୁରେନ୍ଦ୍ର ଦାସ ଉପସ୍ଥିତ ଥିଲେ । ଲେଖକ ଡ. ଚୌଧୁରୀ ବର୍ତ୍ତମାନ ସୁଦ୍ଧା ୮୦ ଖଣ୍ଡରୁ ଊର୍ଦ୍ଧ୍ୱ ଗବେଷଣା ମୂଳକ, ତତ୍ତ୍ୱ ଭିତ୍ତିକ, ଧର୍ମ, ଦର୍ଶନ, ଜ୍ୟୋତିଷ, ଆଧ୍ୟାତ୍ମିକ, ବାସ୍ତୁ ଶାସ୍ତ୍ର ସମ୍ବନ୍ଧୀୟ ପୁସ୍ତକ, ଭକ୍ତି ସଙ୍ଗୀତ ଓ କବିତା ପୁସ୍ତକ ରଚନା କରି ଆଧ୍ୟାତ୍ମିକ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ଜ୍ୟୋତିର୍ବିଦ୍ୟା ଓ ଆଧ୍ୟାତ୍ମିକ ସାହିତ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ନିମନ୍ତେ ସେ ଦେଶର ଅନେକ ଅଗ୍ରଗଣ୍ୟ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି । ତାଙ୍କ ରଚିତ ଅନେକ ପାଠକ ଆଦୃତ ପୁସ୍ତକ ଇଂରାଜୀ, ହିନ୍ଦୀ, ବଙ୍ଗଳା ଓ ତେଲୁଗୁ ଭାଷାରେ ଅନୁଦିତ ହୋଇ ପ୍ରକାଶ ପାଇଛି ।