ଆପାତକାଳୀନ ପରିସ୍ଥିତିର ମୁକାବିଲା ବୈଠକ
ପାରାଦୀପ: ଓଡିଶା ରାଜ୍ୟ ଆପାତକାଳୀନ ପରିଚାଳନା କର୍ତ୍ତୃପକ୍ଷ ଓ ଜଗତସିଂହପୁର ଜିଲ୍ଲା ଆପାତକାଳୀନ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହାର ଉଦେ୍ଦଶ୍ୟ ଥିଲା ରାସାୟନିକ ଓ ଶିଳ୍ପ ଆପାତକାଳୀନ ବ୍ୟବସ୍ଥା ପ୍ରସ୍ତୁତିକୁ ବୃଦ୍ଧି କରିବା ଓ ବିପଦ ହ୍ରାସ କୌଶଳକୁ ଶକ୍ତିଶାଳୀ କରିବା । ପାରାଦୀପ ଶିଳ୍ପ ଅଞ୍ଚଳରେ ଅନେକ ଜଟିଳ ଓ ବିପଦଜନକ କାରଖାନା ଥିବାରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଜିଲ୍ଲପାଳ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓସଡମା ସିବି ନିର୍ବାହୀ ନିଦେ୍ର୍ଦଶକ କମଲ ଲୋଚନ ମିଶ୍ର, ମହାପ୍ରବନ୍ଧକ ମଳୟ ପ୍ରଧାନ ଓ ସୁନୀଲ ସାହୁ, ଇଫକୋ ପାରାଦୀପ ୟୁନିଟ ମୁଖ୍ୟ ପି.କେ ମହାପାତ୍ର, ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ କଟକ ଶାଖା ଉପନିଦେ୍ର୍ଦଶକ ମନୋଜ ପଣ୍ଡା, ଆଞ୍ଚଳିକ ସହନିଦେ୍ର୍ଦଶକ ଚନ୍ଦ୍ର ଶେଖର ବେହେରା, ରାଜ୍ୟ ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ୍ରାଫ, ଅଗ୍ନିଶମ ବିଭାଗ, ଭାରତୀୟ ତଟ୍ଟରଖି ବହିନୀ, ଆଇଓସିଏଲ୍, ଇଫକୋ, ପିପିଏଲ, ବିପିସିଏଲ, ଏଚ୍ପିସିଏଲ୍ ଏବଂ ପାରାଦୀପ ବନ୍ଦର ପ୍ରାଧିକରଣ ପ୍ରତିନିଧି ଯୋଗଦେଇ ଆପାତକାଳୀନ ପରିସ୍ଥିତିରେ କିପରି ମୁକାବିଲା କରିହେବ ସେ ସମ୍ପର୍କିତ ଆଲୋଚନା କରିଥିଲେ ।