ଆମ୍ବୁଲାନ୍ସରେ ନଥିଲା ଅକ୍ସିଜେନ ; ଚାଲିଗଲା ରୋଗୀଙ୍କ ଜୀବନ

ଜଗତସିଂହପୁର : ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଚାଲିଗଲା ରୋଗୀର ଜୀବନ  । ଗୁରୁତର ରୋଗୀକୁ କଟକ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ସଦର ଥାନା ପୋଲିସର ଜିମା ଦେଇଥିବା ବେଳେ ଆମ୍ବୁଲାନ୍ସ ଚାଳକ ଫେରାର ହୋଇଯାଇଛି ।

 ଜଗତସିଂହପୁର: ଆମ୍ବୁଲାନ୍ସରେ ସରିଗଲା ଅକ୍ସିଜେନ୍, ଠକ୍‌ କରି ଚାଲିଗଲା ପ୍ରାଣ

ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଥାନା ଅଳା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗ୍ରାମର କମଳା ପଣ୍ଡା ନାମକ ଜଣେ ୫୮ ବର୍ଷୀୟ ମହିଳା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ରବିବାର ବିଳମ୍ବିତ ରାତିରେ ଜଗତସିଂହପୁର ମେଡିକାଲ ଓ ପରେ ମା’ କୁତାମଚଣ୍ଡୀ ନାମକ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରାଯାଉଥିଲା । ମାତ୍ର ଏହି ଘରୋଇ ଆମ୍ବୁଲାନ୍ସରେ କେବଳ ଫାଙ୍କା ସିଲିଣ୍ଡର ଥିବା ବେଳେ ସେଥିରେ ଅକ୍ସିଜେନ ନଥିଲା । ଯାହାଫଳରେ ବାଟରେ ଅକ୍ସିଜେନ୍‌ ଆବଶ୍ୟକ ପଡିବାରୁ ଆମ୍ବୁଲାନ୍ସରେ ଥିବା କର୍ମଚାରୀ ରୋଗୀଙ୍କ ମୁହଁରେ କେବଳ ଖାଲି ଅକ୍ସିଜେନ ମାସ୍କ ଲଗାଇଥିଲେ । ଫଳରେ ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି ।